ବିମାନକୁ ବୋମା ଭୟ; ଚିନ୍ତାରେ ଭାରତ ସରକାର

ବିମାନକୁ ବୋମା ଭୟ; ବାରମ୍ବାର ବିସ୍ଫୋରଣ ଧମକ ପରେ ଚିନ୍ତାରେ ସରକାର । ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଜରୁରୀ ବୈଠକ । ୨ଦିନରେ ମିଳିଲାଣି ୧୦ରୁ ଅଧିକ ଧମକପୂର୍ଣ୍ଣ କଲ ଓ ଇମେଲ୍ ।

42jjjjjjjj

କନକ ବ୍ୟୁରୋ: ବାରମ୍ବାର ବିମାନ ଭିତରେ ବୋମା ରଖାଯାଇ ବିସ୍ଫୋରଣ କରାଯିବା ନେଇ ଧମକପୂର୍ଣ୍ଣ କଲ୍ ଆସୁଛି ।ଗତ କିଛି ଦିନ ହେବ ଏଭଳି ଘଟଣା ବଢ଼ିବାରେ ଲାଗିଛି । ଧମକପୂର୍ଣ୍ଣ ଫୋନ କଲ୍ ଓ ଇମେଲ୍ ମିଳିବା ପରେ କୋକୁଆ ଭୟ ସୃଷ୍ଟି ହେଉଛି । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଆଜି ସରକାର ଏହାର ସମୀକ୍ଷା  ପାଇଁ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣାଳୟ ଡକାଇଥିବା ବୈଠକରେ ଡିଜିସିଏ, ସିଆଇଏସଏଫ, ବିସିଏଏସ, ଏଏଆଇ ଅଧିକାରୀ ସାମିଲ ଅଛନ୍ତି । ଗତ ଦୁଇଦିନ ମଧ୍ୟରେ ୧୦ଟି ବିମାନକୁ ଧମକପୂର୍ଣ୍ଣ କଲ ଓ ଇମେଲ ଆସିବା ପରେସରକାର ଚିନ୍ତାରେ । ସବୁଠୁ ବଡ କଥା ହେଲା ଏହି ଧମକ କେବଳ ଭାରତରୁ ନୁହେଁ ବିଦେଶରୁ ମଧ୍ୟ ଆସୁଛି । ସୋସିଆଲ ମିଡିଆ ଏକ୍ସରେ ଧମକ ମିଳିଥିବା ଆକାଉଣ୍ଟକୁ ସସପେଣ୍ଡ ମଧ୍ୟ କରାଯାଉଛି ଯାହା ବିମାନ ଚଳାଚଳ ବିଭାଗକୁ ଚିନ୍ତାରେ ପକାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe