ଏକାବେଳେ ୮୫ ବିମାନକୁ ଧମକ ! ଭୁବନେଶ୍ୱର ଏୟାରପୋର୍ଟରେ ଖାନତଲାସି

ଏକକାଳୀନ ୮୫ ଟି ବିମାନକୁ ମିଳିଛି ବୋମାରେ ଉଡାଇବା ଧମକ । ଏଥିରେ ୨୦ଟି ଏୟାର ଇଣ୍ଡିଆ ବିମାନ ଓ ୨୦ଟି ଇଣ୍ଡିଗୋ ଓ ୨୦ଟି ଭିସ୍ତାରା, ୨୫ଟି ଆକାଶା ବିମାନ ସାମିଲ ଥିବା ଜଣାପଡିଛି ।

48f

କନକ ବ୍ୟୁରୋ: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବୋମା ଆତଙ୍କ । ବୋମା ଆତଙ୍କ ପରେ କଡା ଯାଞ୍ଚ ଆରମ୍ଭ କରିଛନ୍ତିି ବିମାନବନ୍ଦର କର୍ତ୍ତୃପକ୍ଷ । ୨୦ଟି ବିମାନରେ ବୋମା ଥାଇପାରେ ବୋଲି ଆତଙ୍କ  ସୃଷ୍ଟି ପରେ ବିମାନବନ୍ଦର ମୁଖ୍ୟ ସେଠାରେ ପହଞ୍ଚି ଘଟଣାର ଖୋଳତାଡ ଆରମ୍ଭ କରିଥିଲେ । 

ତେବେ କେବଳ ଭୁବନେଶ୍ୱର ବିମାନବନ୍ଦର ନୁହେଁ ବରଂ ଅନ୍ୟ ବିମାନବନ୍ଦରରେ ମଧ୍ୟ ,ଭଳି ବୋମା ଆତଙ୍କ ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଏକକାଳୀନ ୮୫ ଟି ବିମାନକୁ ମିଳିଛି ବୋମାରେ ଉଡାଇବା ଧମକ । ଏଥିରେ ୨୦ଟି ଏୟାର ଇଣ୍ଡିଆ ବିମାନ ଓ ୨୦ଟି ଇଣ୍ଡିଗୋ ଓ ୨୦ଟି ଭିସ୍ତାରା, ୨୫ଟି ଆକାଶା ବିମାନ ସାମିଲ ଥିବା ଜଣାପଡିଛି । 

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଧମକ ମେସେଜ୍ ଟ୍ୱିଟରରେ ମିଳିଥିଲା । ତେବେ ଏହା ପ୍ରଥମ ଧମକ ନୁହେଁ ଏହା ପୂର୍ବରୁ ମଧ୍ୟ ବାରମ୍ବାର ବିମାନଗୁଡିକୁ ବୋମା ଧମକ ମିଳିଛି । ଏହି ଘଟଣାକୁ ନେଇ ଡିଜିସିଏ ମୁଖ୍ୟ ବିକ୍ରମ ଦେବ ଦତ୍ତଙ୍କୁ ଟ୍ରାନ୍ସଫର କରାଯାଇଥିଲା । ଏହାପରେ ବି ସମସ୍ୟାରେ କୌଣସି ସୁଧାର ଦେଖିବାକୁ ମିଳୁନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe