କନକ ବ୍ୟୁରୋ: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବୋମା ଆତଙ୍କ । ବୋମା ଆତଙ୍କ ପରେ କଡା ଯାଞ୍ଚ ଆରମ୍ଭ କରିଛନ୍ତିି ବିମାନବନ୍ଦର କର୍ତ୍ତୃପକ୍ଷ । ୨୦ଟି ବିମାନରେ ବୋମା ଥାଇପାରେ ବୋଲି ଆତଙ୍କ ସୃଷ୍ଟି ପରେ ବିମାନବନ୍ଦର ମୁଖ୍ୟ ସେଠାରେ ପହଞ୍ଚି ଘଟଣାର ଖୋଳତାଡ ଆରମ୍ଭ କରିଥିଲେ ।
ତେବେ କେବଳ ଭୁବନେଶ୍ୱର ବିମାନବନ୍ଦର ନୁହେଁ ବରଂ ଅନ୍ୟ ବିମାନବନ୍ଦରରେ ମଧ୍ୟ ,ଭଳି ବୋମା ଆତଙ୍କ ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଏକକାଳୀନ ୮୫ ଟି ବିମାନକୁ ମିଳିଛି ବୋମାରେ ଉଡାଇବା ଧମକ । ଏଥିରେ ୨୦ଟି ଏୟାର ଇଣ୍ଡିଆ ବିମାନ ଓ ୨୦ଟି ଇଣ୍ଡିଗୋ ଓ ୨୦ଟି ଭିସ୍ତାରା, ୨୫ଟି ଆକାଶା ବିମାନ ସାମିଲ ଥିବା ଜଣାପଡିଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଧମକ ମେସେଜ୍ ଟ୍ୱିଟରରେ ମିଳିଥିଲା । ତେବେ ଏହା ପ୍ରଥମ ଧମକ ନୁହେଁ ଏହା ପୂର୍ବରୁ ମଧ୍ୟ ବାରମ୍ବାର ବିମାନଗୁଡିକୁ ବୋମା ଧମକ ମିଳିଛି । ଏହି ଘଟଣାକୁ ନେଇ ଡିଜିସିଏ ମୁଖ୍ୟ ବିକ୍ରମ ଦେବ ଦତ୍ତଙ୍କୁ ଟ୍ରାନ୍ସଫର କରାଯାଇଥିଲା । ଏହାପରେ ବି ସମସ୍ୟାରେ କୌଣସି ସୁଧାର ଦେଖିବାକୁ ମିଳୁନି ।