ଭଦ୍ରକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ବୋମାମାଡ଼ : ୭ ଗୁରୁତର, ମେଡିକାଲରେ ଭର୍ତ୍ତି

ଭଦ୍ରକରେ ବୋମାମାଡ଼ । ତିହିଡ଼ି ଥାନାର କାଁପଡ଼ା ଗାଁରେ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି ।

bombing

Photograph: (KanakNews )

କନକ ବ୍ୟୁରୋ : ଭଦ୍ରକରେ ବୋମାମାଡ଼ । ତିହିଡ଼ି ଥାନାର କାଁପଡ଼ା ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୭ଜଣ ଗୁରୁତର ହୋଇଛନ୍ତି । ଦୁଇ ରାଜନୈତିକ ଦଳ ବିବାଦରୁ ହାତ ତିଆରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । 

ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗାଁ ଦାଣ୍ଡରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ଗାଁ ଦାଣ୍ଡରେ ବସିଥିବା କେତେଜଣ ଲୋକଙ୍କୁ ଲକ୍ଷ କରି ହାତ ତିଆରି ବୋମା ଫିଙ୍ଗିଥିଲେ ଦୁବୃତ । ବାରଣ୍ଡାରେ ବସିଥିବା  ୭ଜଣ ଲୋକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ତିହିଡ଼ି ଡାକ୍ତରଖାନା ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତିହିଡ଼ି ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଗାଁରେ ପୁଲିସ୍ ମୁତୟନ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe