କନକ ବ୍ୟୁରୋ: ହାତୀକୁ ବୋମାମାଡ଼,ରାସ୍ତାକଡ଼ କ୍ଷେତରେ ପଡିରହିଛି ମୃତ ଦନ୍ତା । ବୋମାମାଡ଼ରେ ଦନ୍ତାହାତୀ ଗୁରୁତର ଆହତ ହୋଇ ପଡିରହିଥିଲା । ସୁନ୍ଦରଗଡ଼ ଉଜ୍ବଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବି କରୁଆବହାଲ ରାସ୍ତା କଡ଼ ଘର ନିକଟରେ ପିଡ଼ିଥିଲା । ଲୋକଙ୍କ କହିବା ଅନୁସାରେ ହାତୀର ଷୁଣ୍ଢ ରେ ବୋମା ମାଡ଼ ହୋଇଛି । ଅନ୍ୟପଟେ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଅନୁମାନ କରାଯାଉଛି ୭ରୁ ୮ ଦିନ ପୂର୍ବରୁ ଲାଗିଥିଲା ଆଘାତ କିନ୍ତୁ ଚିକିତ୍ସା କରାଯାଇନଥିଲା । ସଂଘର୍ଷ କରି କରି ଶେଷରେ ଆଖି ବୁଜିଲା ଆହତ ଦନ୍ତା ହାତୀ । ପାଖରେ ଜଗି ରହିଛି ବନ ବିଭାଗ ।
ସେପଟେ ନରସିଂହପୁରରେ ପୁଣି ଦନ୍ତା ହାତୀ ମୃତ୍ୟୁ । ନରସିଂହପୁର ପୂର୍ଵ ରେଞ୍ଜ ରଙ୍ଗଡାଵ ଗ୍ୟାସ ଅଫିସ ନିକଟରେ ହାତୀର ମୃତ୍ୟୁ ହୋଇଛି । ଗ୍ୟାସ ଅଫିସ ନିକଟରେ ଥିବା ଏକ କଦଳୀ ବଗିଚାରେ ଦନ୍ତାର ସନ୍ଦେହଜନକ ମୃତ୍ୟୁ ହୋଇଛି। ଏନେଇ ପୂର୍ବାଞ୍ଚଳ ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି। ହାତୀର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡୁନି। ଶିକାରୀ ଗୁଳି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ହାତୀର ବୟସ ୧୦ରୁ ୧୨ ବର୍ଷ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/01/25/AFMDZBvkJCsvuaCy9Kf2.jpg)