ସମ୍ବଲପୁର ପରେ ବରଗଡ଼ କୋର୍ଟକୁ ବି ବୋମା ଧମକ

Advertisment

ଏଥରକ ସମ୍ବଲପୁର ଓ ବରଗଡ଼ ସିଭିଲ କୋର୍ଟକୁ ଆସିଛି ଏଭଳି ଧମକ । ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରକୁ ପୁଣିଥରେ ବୋମା ଧମକ ମିଳିଛି । ରବିବାର ବିଳମ୍ବିତ ରାତିରେ ଏହି ଧମକ ମିଳିବା ପରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ଏଥରକ ସମ୍ବଲପୁର ଓ ବରଗଡ଼ ସିଭିଲ କୋର୍ଟକୁ ଆସିଛି ଏଭଳି ଧମକ । ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରକୁ ପୁଣିଥରେ ବୋମା ଧମକ ମିଳିଛି । ରବିବାର ବିଳମ୍ବିତ ରାତିରେ ଏହି ଧମକ ମିଳିବା ପରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

Bomb Threats to Odisha Courts

Bomb Threats to Odisha Courts Photograph: (Kanak News)

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ କୋର୍ଟକୁ ସୋମବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି । ଗତ ଜାନୁଆରି ମାସରେ ସମ୍ବଲପୁର ସମେତ କଟକ ଓ ଦେବଗଡ଼ କୋର୍ଟକୁ ମଧ୍ୟ ସମାନ ଧରଣର ବୋମା ଧମକ ମିଳିଥିଲା । ଆଜି ପୁଣି ସମାନ ଘଟଣା ସାମ୍ନା ଆସିଛି । ଏହି ଧମକ ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି ।

ଏଥରକ ସମ୍ବଲପୁର ଓ ବରଗଡ଼ ସିଭିଲ କୋର୍ଟକୁ ଆସିଛି ଏଭଳି ଧମକ । ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରକୁ ପୁଣିଥରେ ବୋମା ଧମକ ମିଳିଛି । ରବିବାର ବିଳମ୍ବିତ ରାତିରେ ଏହି ଧମକ ମିଳିବା ପରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତୁରନ୍ତ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଅଧିକ ପଢ଼ନ୍ତୁ : ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ ଓ ବାୟୁସେନା ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ

ରାତି ପ୍ରାୟ ୧୧ଟା ସମୟରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର କୋର୍ଟ ପରିସରରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ ଆରମ୍ଭ କରିଥିଲେ । କୋର୍ଟର ପ୍ରବେଶ ପଥ, ବିଭିନ୍ନ କକ୍ଷ ଏବଂ ସନ୍ଦିଗ୍ଧ ସ୍ଥାନଗୁଡ଼ିକୁ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଇଥିଲା । କେବଳ ସମ୍ବଲପୁର ନୁହେଁ ବରଗଡ଼ ଜିଲ୍ଲା କୋର୍ଟକୁ ବି ଆଜି ପୁଣିଥରେ ବୋମା ଧମକ ମିଳିଛି । ଏକ ଅଜଣା ଇ-ମେଲ୍ ମାଧ୍ୟମରେ କୋର୍ଟ ପରିସରକୁ ବୋମାରେ ଉଡ଼ାଇ ଦେବାର ଧମକ ଦିଆଯାଇଥିବା ସୂଚନା ମିଳିଛି ।

ଧମକ ପାଇବା ପରେ କୋର୍ଟ ପରିସରରେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି । ଖବର ପାଇବା ମାତ୍ରେ ପୁଲିସ ଓ ବମ୍ ସ୍କ୍ୱାଡ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମସ୍ତ କର୍ମଚାରୀ, ଓକିଲ ଓ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ କୋର୍ଟ ଭବନ ବାହାରକୁ ବାହାର କରାଯାଇଛି । ପୁଲିସ ପକ୍ଷରୁ କୋର୍ଟ ପରିସରର ତନ୍ନତନ୍ନ ଯାଞ୍ଚ ଚାଲିଛି । ବମ୍ ସ୍କ୍ୱାଡ୍ ସ୍ନିଫର ଡଗ୍ ସହିତ ପରିସର ଖାନତଲାସୀ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ବରଗଡ଼ ସମେତ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ବୋମା ଧମକ ମିଳିଥିଲା, ଯାହା ପରେ ଅଧିକାଂଶ କ୍ଷେତ୍ରରେ ଗୁଜବ ବା ହୋଏକ୍ସ୍ ବୋଲି ଜଣାପଡ଼ିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe