Photograph: (kanaknews)
କନକବ୍ୟୁରୋ : ରବିବାର ଦିଲ୍ଲୀରୁ ବାଗଡୋଗ୍ରା ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ୬ଇ-୬୬୫୦କୁ ବୋମା ଧମକ ମିଳିଥିଲା। ବିମାନର ଶୌଚାଳୟରେ ଥିବା ଟିସୁ ପେପରରେ ବୋମା ସମ୍ପର୍କିତ ଏକ ବାର୍ତ୍ତା ମିଳିଥିଲା । ଫଳରେ ସୁରକ୍ଷା ଦୃଷ୍ଟିରୁ ବିମାନଟି ଲକ୍ଷ୍ନୌରେ ଜରୁରିକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା । ଏଥିରେ ୨୩୦ ଜଣ ଯାତ୍ରୀ ଥିଲେ । ଏସିପି ରଜନୀଶ ବର୍ମାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ବିମାନରେ ଖୋଜାଖୋଜି କରାଯାଉଛି ।
ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରିବା ପରେ ତୁରନ୍ତ ବିମାନଟିକୁ ଆଇସୋଲେସନ ବେରେ ପାର୍କିଂ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ଓ ସିଆଇଏସ୍ଏଫ୍ ଟିମ୍ ଏକ ବିସ୍ତୃତ ଅନୁସନ୍ଧାନ ଆରମ୍ଭ କରିଥିଲେ । ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇ ସ୍କ୍ରିନିଂ କରାଯାଇଥିଲା । କିନ୍ତୁ ଏ ଯାବତ୍ କୌଣସି ବୋମା ଥିବାର ଜଣାପଡ଼ି ନାହିଁ ।
ବାଂଲାଦେଶରେ ହିନ୍ଦୁ ଦୋକାନ ମାଲିକଙ୍କୁ କୋଦାଳରେ ପିଟିପିଟି ହତ୍ୟା
Follow Us