ଗୁରୁଗ୍ରାମର ୮ ସ୍କୁଲକୁ ବୋମା ଧମକ ; ଘଟଣାସ୍ଥଳରେ ପହଞ୍ଚିଲା ସନ୍ଧନୀ କୁକୁର

Advertisment

ଧମକପୂର୍ଣ୍ଣ ଇମେଲ ମିଳିବା ପରେ ପୁଲିସ ସନ୍ଧାନୀ କୁକୁର ସହିତ ପହଞ୍ଚି ସ୍କୁଲ ପରିସରରେ କଡ଼ା ଯାଞ୍ଚ କରୁଛି । ଡିଏଲ୍‌ଏଫ୍‌ ଫେଜ୍‌- ୧ର କୁନ୍ସ୍କାପସ୍କୋଲନ ସ୍କୁଲ, ସେକ୍ଟର ୫୩ର ଲାନ୍ସର ସ୍କୁଲ, ସେକ୍ଟର ୬୪ର ପାଥୱେଜ ୱାର୍ଲ୍ଡ ସ୍କୁଲ, ବାଦଶାହାପୁର ସ୍କୁଲ, ହେରିଟେଜ ଏକ୍ସପିରିଏନ୍ସିଆଲ ଲର୍ଣ୍ଣିଂ ସ୍କୁଲକୁ ବୋମା ଧମକ ମିଳିଛି ।

ଧମକପୂର୍ଣ୍ଣ ଇମେଲ ମିଳିବା ପରେ ପୁଲିସ ସନ୍ଧାନୀ କୁକୁର ସହିତ ପହଞ୍ଚି ସ୍କୁଲ ପରିସରରେ କଡ଼ା ଯାଞ୍ଚ କରୁଛି । ଡିଏଲ୍‌ଏଫ୍‌ ଫେଜ୍‌- ୧ର କୁନ୍ସ୍କାପସ୍କୋଲନ ସ୍କୁଲ, ସେକ୍ଟର ୫୩ର ଲାନ୍ସର ସ୍କୁଲ, ସେକ୍ଟର ୬୪ର ପାଥୱେଜ ୱାର୍ଲ୍ଡ ସ୍କୁଲ, ବାଦଶାହାପୁର ସ୍କୁଲ, ହେରିଟେଜ ଏକ୍ସପିରିଏନ୍ସିଆଲ ଲର୍ଣ୍ଣିଂ ସ୍କୁଲକୁ ବୋମା ଧମକ ମିଳିଛି ।

Gurugram

Gurugram Photograph: (Kanak news)

କନକ ବ୍ୟୁରୋ : ଗୁରୁଗ୍ରାମ ୮ଟି ସ୍କୁଲକୁ ବୁଧବାର ସକାଳେ ବୋମା ଧମକ ଥିବା ଇ-ମେଲ୍‌ ମିଳିଛି । ଇମେଲ ସକାଳ ୭ଟା ୮ ମିନିଟରେ ଆସିଥିଲା । ଧମକପୂର୍ଣ୍ଣ ଇମେଲ ମିଳିବା ପରେ ପୁଲିସ ସନ୍ଧାନୀ କୁକୁର ସହିତ ପହଞ୍ଚି ସ୍କୁଲ ପରିସରରେ କଡ଼ା ଯାଞ୍ଚ କରୁଛି । ଡିଏଲ୍‌ଏଫ୍‌ ଫେଜ୍‌- ୧ର କୁନ୍ସ୍କାପସ୍କୋଲନ ସ୍କୁଲ, ସେକ୍ଟର ୫୩ର ଲାନ୍ସର ସ୍କୁଲ, ସେକ୍ଟର ୬୪ର ପାଥୱେଜ ୱାର୍ଲ୍ଡ ସ୍କୁଲ, ବାଦଶାହାପୁର ସ୍କୁଲ, ହେରିଟେଜ ଏକ୍ସପିରିଏନ୍ସିଆଲ ଲର୍ଣ୍ଣିଂ ସ୍କୁଲକୁ ବୋମା ଧମକ ମିଳିଛି । ପୁଲିସ ସହିତ ରାଜ୍ୟ ବିପର୍ଯ୍ୟୟ ପ୍ରଶସନ କର୍ତ୍ତୃପକ୍ଷ ସ୍କୁଲ ପରିସରରେ ଯାଞ୍ଚ କରିବାରେ ସାହାଯ୍ୟ କରୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସ୍କୁଲ ପକ୍ଷରୁ ଅଭିଭାବକଙ୍କୁ ବୋମା ଧମକ ସୂଚନା ଦିଆଯାଇଥିବାବେଳେ ଏହା ମିଥ୍ୟା ଥିବା କୁହାଯାଇଛି ।

ସ୍କୁଲରେ ପୁଲିସ ଟିମ୍‌ ମୁତୟନ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି । ତେବେ ସ୍କୁଲରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁଗ୍ରାମ ପୁଲିସ ପ୍ରବକ୍ତା ସନ୍ଦୀପ କୁମାର କହିଛନ୍ତି, ସାଇବର କ୍ରାଇମ୍‌ ୟୁନିଟ୍‌ ଘଟଣାର ତଦନ୍ତ କରିବ । ଏହି ଧମକପୂର୍ଣ୍ଣ ଇମେଲ କେଉଁଠାରୁ ଆସିଥିଲା, ପୁଲିସ ତା’ର ତର୍ଜମା କରୁଛି । ପୂରା କ୍ୟାମ୍ପସର ଭଲରେ ଛାନବିନ୍‌ ନହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ଦୂରେଇ ରଖିବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ---ମୃତ୍ୟୁ ପୂର୍ବରୁ ଅଜିତଙ୍କ ଶେଷ ପୋଷ୍ଟ; କାହାକୁ ମନେ ପକାଇଥିଲେ?

c

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe