କନକ ବ୍ୟୁରୋ : ଗୁରୁଗ୍ରାମ ୮ଟି ସ୍କୁଲକୁ ବୁଧବାର ସକାଳେ ବୋମା ଧମକ ଥିବା ଇ-ମେଲ୍ ମିଳିଛି । ଇମେଲ ସକାଳ ୭ଟା ୮ ମିନିଟରେ ଆସିଥିଲା । ଧମକପୂର୍ଣ୍ଣ ଇମେଲ ମିଳିବା ପରେ ପୁଲିସ ସନ୍ଧାନୀ କୁକୁର ସହିତ ପହଞ୍ଚି ସ୍କୁଲ ପରିସରରେ କଡ଼ା ଯାଞ୍ଚ କରୁଛି । ଡିଏଲ୍ଏଫ୍ ଫେଜ୍- ୧ର କୁନ୍ସ୍କାପସ୍କୋଲନ ସ୍କୁଲ, ସେକ୍ଟର ୫୩ର ଲାନ୍ସର ସ୍କୁଲ, ସେକ୍ଟର ୬୪ର ପାଥୱେଜ ୱାର୍ଲ୍ଡ ସ୍କୁଲ, ବାଦଶାହାପୁର ସ୍କୁଲ, ହେରିଟେଜ ଏକ୍ସପିରିଏନ୍ସିଆଲ ଲର୍ଣ୍ଣିଂ ସ୍କୁଲକୁ ବୋମା ଧମକ ମିଳିଛି । ପୁଲିସ ସହିତ ରାଜ୍ୟ ବିପର୍ଯ୍ୟୟ ପ୍ରଶସନ କର୍ତ୍ତୃପକ୍ଷ ସ୍କୁଲ ପରିସରରେ ଯାଞ୍ଚ କରିବାରେ ସାହାଯ୍ୟ କରୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସ୍କୁଲ ପକ୍ଷରୁ ଅଭିଭାବକଙ୍କୁ ବୋମା ଧମକ ସୂଚନା ଦିଆଯାଇଥିବାବେଳେ ଏହା ମିଥ୍ୟା ଥିବା କୁହାଯାଇଛି ।
ସ୍କୁଲରେ ପୁଲିସ ଟିମ୍ ମୁତୟନ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି । ତେବେ ସ୍କୁଲରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁଗ୍ରାମ ପୁଲିସ ପ୍ରବକ୍ତା ସନ୍ଦୀପ କୁମାର କହିଛନ୍ତି, ସାଇବର କ୍ରାଇମ୍ ୟୁନିଟ୍ ଘଟଣାର ତଦନ୍ତ କରିବ । ଏହି ଧମକପୂର୍ଣ୍ଣ ଇମେଲ କେଉଁଠାରୁ ଆସିଥିଲା, ପୁଲିସ ତା’ର ତର୍ଜମା କରୁଛି । ପୂରା କ୍ୟାମ୍ପସର ଭଲରେ ଛାନବିନ୍ ନହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ଦୂରେଇ ରଖିବାକୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ---ମୃତ୍ୟୁ ପୂର୍ବରୁ ଅଜିତଙ୍କ ଶେଷ ପୋଷ୍ଟ; କାହାକୁ ମନେ ପକାଇଥିଲେ?
c
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/gurugram-2026-01-28-11-37-06.jpg)