ପୁଣି ଏୟାର ଇଣ୍ଡିଆର ୩୨ଟି ବିମାନକୁ ବୋମା ଧମକ : ଧମକ ପରେ ସର୍ତକତା

Advertisment

ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆର ୩୨ଟି ବିମାନକୁ ଗୋଟିଏ ସମୟରେ ଆସିଛି ବୋମା ଧମକ। ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଓ ପ୍ରତିଷ୍ଠାନକୁ ବୋମା ବିସ୍ଫୋରଣର ଧମକ ମିଳିବା ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ପୁଣି ସମାନ କାଣ୍ଡ ଘଟିଛି ।

ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆର ୩୨ଟି ବିମାନକୁ ଗୋଟିଏ ସମୟରେ ଆସିଛି ବୋମା ଧମକ। ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଓ ପ୍ରତିଷ୍ଠାନକୁ ବୋମା ବିସ୍ଫୋରଣର ଧମକ ମିଳିବା ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ପୁଣି ସମାନ କାଣ୍ଡ ଘଟିଛି ।

air india 1

କନକବ୍ୟୁରୋ : ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆର ୩୨ଟି ବିମାନକୁ ଗୋଟିଏ ସମୟରେ ଆସିଛି ବୋମା ଧମକ । ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଓ ପ୍ରତିଷ୍ଠାନକୁ ବୋମା ବିସ୍ଫୋରଣର ଧମକ ମିଳିବା ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ପୁଣି ସମାନ କାଣ୍ଡ ଘଟିଛି । ଦିନକ ତଳେ କୋଲକାତାରୁ ଓ କୋଲକାତାକୁ ଯାଉଥିବା ୭ଟି ବିମାନକୁ ସୋସିଆଲ ମିଡିଆରେ ବୋମା ବିସ୍ଫୋରଣର ଧମକ ମିଳିଥିଲା ।

ତେବେ ଯାଞ୍ଚ ପରେ ଏହା କେବଳ ଏକ ଗୁଜବ ଥିବା ଜଣାପଡ଼ିଥିଲା , ଏହାକୁ ନେଇ ତନାଘନା ଚାଲିଥିବା ବେଳେ ଏୟାର ଇଣ୍ଡିଆର ଆଉ ୩୨ଟି ବିମାନକୁ ବୋମା ବିସ୍ଫୋରଣର ଧମକ ମିଳିଛି । ଧମକ ପାଇଥିବା ବିମାନଗୁଡ଼ିକ ମଧ୍ୟରୁ କିଛି ଭାରତରେ ଥିବା ବେଳେ ଆଉ କିଛି ବିଦେଶ ଗସ୍ତରେ ଯାଇଛନ୍ତି । ଧମକ ପରେ ସତର୍କତା ପଦକ୍ଷେପ ସ୍ୱରୂପ ବିମାନଗୁଡ଼ିକୁ ଯାଞ୍ଚ କରାଯାଇଥିଲା ।

ହେଲେ ଏଯାଏ କୌଣସି ବିମାନରୁ ବିସ୍ଫୋରକ ସାମଗ୍ରୀ ମିଳିନାହିଁ। ଅନ୍ୟପକ୍ଷରେ କ୍ରମାଗତ ଭାବେ ବିମାନ ଓ ପ୍ରତିଷ୍ଠାନଗୁଡ଼ିକୁ ଧମକ ମିଳୁଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ତଦନ୍ତ ଆରମ୍ଭ କରିଛି। ଗତ ୨ ସପ୍ତାହ ମଧ୍ୟରେ ୪୦୦ରୁ ଅଧିକ ବୋମା ଗୁଜବର ଧମକ ମିଳିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe