High Court Photograph: (Kanak news)
କନକ ବ୍ୟୁରୋ : ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍ ମାଧ୍ୟମରେ ଆସିଲା ଧମକ । ଏହି ଧମକ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । କଟକ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା କୋର୍ଟକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅପରାହ୍ଣ ୨ଟା ୪୫ ସୁଦ୍ଧା କୋର୍ଟ ପରିସର ଖାଲି କରିବାକୁ ଧମକ ମିଳିଛି ।
ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲା କୋର୍ଟ ସମେତ ଓଡ଼ିଶା ହାଇକୋର୍ଟକୁ ମଧ୍ୟ ତୁରନ୍ତ ଖାଲି କରାଯାଇଛି । ଘଟଣାସ୍ଥଳରେ ବମ୍ ସ୍କ୍ୱାଡ୍, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ପହଞ୍ଚି ତଲାସି ଅଭିଯାନ ଜାରି ରଖିଛନ୍ତି । ବର୍ତ୍ତମାନ ହାଇକୋର୍ଟ ପରିସର ଏକ ପ୍ରକାର ପୁଲିସ ଛାଉଣୀରେ ପରିଣତ ହୋଇଛି ।
Follow Us