ବ୍ୟୁରୋ : ଦିଲ୍ଲୀରୁ ଆସୁଛି ବଡ଼ ଖବର ! ଆଜି ସକାଳେ ପୂର୍ବ ଦିଲ୍ଲୀର ଏକ ନାମୀ ସ୍କୁଲ୍‌କୁ ଆସିଛି ବୋମା ଧମକ । ପୂର୍ବ ଦିଲ୍ଲୀର ମୟୂର ବିହାର ଫେଜ୍-୧ରେ ଥିବା ମଦର୍ ମେରି ସ୍କୁଲକୁ ଇ-ମେଲ୍ ଜରିଆରେ ବୋମା ଧମକ ଆସିଛି । ଧମକ ପାଇବା ପରେ ତୁରନ୍ତ ସ୍କୁଲ୍‌ରୁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ନିରାପଦରେ ବାହାର କରାଯାଇଛି , ଏବେ ସ୍କୁଲ୍ ପୂରା ଖାଲି । ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଛି ଦିଲ୍ଲୀ ପୁଲିସ୍, ବମ୍ ଡିସ୍‌ପୋଜାଲ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍, ଫାୟାର ବ୍ରିଗେଡ୍ ଓ ଆମ୍ବୁଲାନ୍ସ୍ । ସ୍କୁଲ ପରିସର ଓ ଆଖପାଖ ଅଞ୍ଚଳକୁ ପୂରା ସିଲ୍ କରି ଦିଆଯାଇଛି । ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ସହ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଛି । ଏପର୍ଯ୍ୟନ୍ତ କିଛି ସନ୍ଦେହଜନକ ବସ୍ତୁ ମିଳିନଥିବା ଜଣାପଡ଼ିଛି ।

Advertisment

ଗତ କିଛି ମାସ ଭିତରେ ଦିଲ୍ଲୀ-ଏନସିଆରରେ ଏହା ଦଶମଥର ସ୍କୁଲ୍‌କୁ ବୋମା ଧମକ ! ପୂର୍ବରୁ ମଧ୍ୟ ଡିପିଏସ୍, ସଂସ୍କୃତି ସ୍କୁଲ୍, ଇଣ୍ଡିଆନ୍ ସ୍କୁଲ୍ ଆଦି ବହୁ ନାମୀ ସ୍କୁଲ୍‌ରେ ଏପରି ଧମକ ଆସିଛି । ଅଧିକାଂଶ ଧମକ ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ପୁଲିସ୍ ଏବେ ଇ-ମେଲ୍‌ର ସୋର୍ସ ଟ୍ରେସ୍ କରୁଛି । ସାଇବର ଟିମ୍ ଓ ସ୍ପେଶାଲ୍ ସେଲ୍ ମଧ୍ୟ ତଦନ୍ତରେ ଲାଗିଛନ୍ତି । ଅଭିଭାବକମାନେ ସ୍କୁଲ୍ ବାହାରେ ଭିଡ଼ ଜମାଇଛନ୍ତି । ସମସ୍ତେ ନିଜ ପିଲାଙ୍କ ନିରାପତ୍ତାକୁ ନେଇ ଚିନ୍ତାରେ । ସ୍କୁଲ୍ ପ୍ରଶାସନ ଅଭିଭାବକଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ ସବୁ ଛାତ୍ରଛାତ୍ରୀ ନିରାପଦରେ ଅଛନ୍ତି ।

ଅଧିକ ପଢନ୍ତୁ... ହାଡ଼ ଭଙ୍ଗା ଶୀତ ରାତିରେ ଧାନ ଖଳାରେ ଜଗି ବସିଛି ଚାଷୀ

ଟାର୍ଗେଟ୍‌ରେ ଦିଲ୍ଲୀର ବଡ଼ ସ୍କୁଲ...ଦଶ ଥର ଆସିଲାଣି ବୋମା ଧମକ

ଦିଲ୍ଲୀରେ ସ୍କୁଲଗୁଡ଼ିକୁ ଉଡ଼ାଇଦେବାକୁ ଆସୁଛି ଧମକ
ଆଜି ମଦର୍ ମେରି ସ୍କୁଲକୁ ଇ-ମେଲ୍ ଜରିଆରେ ବୋମା ଧମକ ଆସିଛି
ତୁରନ୍ତ ସ୍କୁଲ୍‌ରୁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି
ସ୍କୁଲରେ ବମ୍ ଡିସ୍‌ପୋଜାଲ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍ ଓ ଫାୟାର ବ୍ରିଗେଡର ଯାଞ୍ଚ ଜାରି
ଗତ କିଛି ମାସ ଭିତରେ ଦିଲ୍ଲୀ-ଏନ୍‌ସିଆର୍‌ରେ ବଢ଼ୁଛି ବୋମା ଧମକ
ଡିପିଏସ୍, ସଂସ୍କୃତି ସ୍କୁଲ୍, ଇଣ୍ଡିଆନ୍ ସ୍କୁଲ୍ ଭଳି ନାମୀ ସ୍କୁଲକୁ ଟାର୍ଗେଟ୍
ଅଧିକାଂଶ ଧମକ ମିଥ୍ୟା ବୋଲି ପ୍ରମାଣିତ ହୋଇଛି