କନକ ବ୍ୟୁରୋ : ବୋମା ଧମକ, ୟୁ-ଟର୍ଣ୍ଣ ନେଲା ବିମାନ । ଜର୍ମାନୀରୁ ହାଇଦ୍ରାବାଦ ଆସୁଥିବା ବିମାନ ୟୁ-ଟର୍ଣ୍ଣ କରି ଜର୍ମାନୀ ଫେରିଯାଇଛି । ଏନେଇ ହାଇଦ୍ରାବାଦ ବିମାନବନ୍ଦର ତରଫରୁ ସୂଚନା ଦିଆଯାଇଛି । ଲୁପ୍ତହଂସ ବିମାନ LH752 ରେ ବୋମା ଥିବା ନେଇ ସୂଚନା ମିଳିବା ପରେ ବିମାନକୁ ଅବତରଣ ପାଇଁ ଅନୁମତି ମିଳିନଥିଲା । ଭାରତୀୟ ଆକାଶ ବାହାରେ ଥିବା ଏହି ବିମାନକୁ ବାଧ୍ୟ ହୋଇ ଜର୍ମାନୀର ଫ୍ରାଙ୍କଫ୍ରୁଟ ଫେରିବାକୁ ପଡ଼ିଛି । ଜର୍ମାନୀର ଫ୍ରାଙ୍କଫ୍ରୁଟ ବିମାନ ବନ୍ଦରରୁ ରବିବାର ରାତି ୨ଟା ୧୪ରେ ଜର୍ମାନୀର ବ୍ୟସ୍ତବହୁଳ ଲୁଫସ୍ଥାନା ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ଆଜି ସକାଳୁ ହାଇଦ୍ରାବାଦ ବିମାନବନ୍ଦରରେ ଅବତରଣ କରିବାର ଥିଲା ଏହି ବିମାନ ।
ବୋମା ଆତଙ୍କ ପାଇଁ ଫେରିଗଲା ବିମାନ : ଜର୍ମାନୀରୁ ହାଇଦ୍ରାବାଦ ଆସୁଥିବା ବିମାନର ୟୁ-ଟର୍ଣ୍ଣ
ଜର୍ମାନୀର ଫ୍ରାଙ୍କଫ୍ରୁଟ ବିମାନ ବନ୍ଦରରରୁ ରବିବାର ରାତି ୨ଟା ୧୪ରେ ଜର୍ମାନୀର ବ୍ୟସ୍ତବହୁଳ ଲୁଫସ୍ଥାନା ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ।
/kanak/media/media_files/2025/06/16/xR4POv2kzmR7c2cH5610.jpg)