କନକ ବ୍ୟୁରୋ :  ପୁଣି କୋର୍ଟକୁ ଉଡ଼ାଇବାକୁ ଧମକ। ଜାନୁଆରି ମାସର ଧମକକୁ ମାସେ ନପୂରୁଣୁ ଆଜି ପୁଣି ଆସିଛି ଧମକ। ଏକାକାଳୀନ ୪ ଜିଲ୍ଲା କୋର୍ଟକୁ ମିଳିଛି ଧମକ। କଟକ ଜିଲ୍ଲା ଜଜ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ଆସିଛି। ଏଥିସହ ଫୁଲବାଣୀ, ପୁରୀ, ଯାଜପୁର ଜିଲ୍ଲା କୋର୍ଟକୁ ବି ଆଜି ମିଳିଛି ବୋମା ଧମକ। ବୋମାରେ କୋର୍ଟକୁ ଉଡ଼ାଇଦେବାକୁ ଧମକ ଦେଇଛନ୍ତି ଦୁର୍ବୃତ୍ତ। ଇମେଲ୍‌ ଜରିଆରେ ମିଳିଛି ଧମକ। ବିସ୍ଫୋରଣ ଧମକ ପରେ କୋର୍ଟ ପରିସରରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା। କୋର୍ଟ ପରିସରକୁ ଖାଲି କରି ଖାନତଲାସୀ ଜାରି।

Advertisment

ପୁରୀ, କଟକ, ଫୁଲବାଣୀ ଓ ଯାଜପୁରର ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିବା ପରେ କିଛି ଏମିତି ଥିଲା ସ୍ଥିତି। ଧମକ ପରେ କୋର୍ଟ ପରିସରରେ ବଢ଼ିଥିଲା ସୁରକ୍ଷା। ମାତ୍ର କିଛି ମିନିଟରେ କୋର୍ଟ ପରିସରକୁ ଖାଲି କରାଯାଇ ଆରମ୍ଭ ହୋଇଯାଇଥିଲା ଖାନତଲାସୀ। ଡଗ୍‌ ସ୍କ୍ବାଡ୍‌, ବୋମା ନିଷ୍କ୍ରିୟକାରୀ, ପୂରା ସୁରକ୍ଷା ବଳ ସମସ୍ତେ ଲାଗିଯାଇଥିଲେ ଖୋଜାଖୋଜିରେ। ବୋମା ଧମକ ପରେ ଚଳଚଞ୍ଚଳ ହୋଇପଡ଼ିଥିଲା କୋର୍ଟ ପରିସର।  

ଅଧିକ ପଢ଼ନ୍ତୁ :ପଞ୍ଜାବ-ହରିୟାଣା ସଚିବାଳୟକୁ ବୋମା ଧମକ, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ପୁଣି କୋର୍ଟକୁ ଉଡ଼ାଇବାକୁ ଧମକ

  • କଟକ ଜିଲ୍ଲା ଜଜ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ
  • ଫୁଲବାଣୀ ଜିଲ୍ଲା କୋର୍ଟକୁ ବି ବୋମା ଧମକ
  • ପୁରୀ ଓ ଯାଜପୁର ଜିଲ୍ଲା କୋର୍ଟକୁ ବି ଉଡ଼ାଇବାକୁ ଧମକ
  • ବୋମାରେ କୋର୍ଟକୁ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ମେଲ୍‌
  • ଇମେଲ୍‌ ଜରିଆରେ କୋର୍ଟରେ ବିସ୍ଫୋରଣ ଧମକ
  • ଧମକ ପରେ କୋର୍ଟ ପରିସରରେ ବଢ଼ିଲା ସୁରକ୍ଷା
  • କୋର୍ଟ ପରିସରକୁ ଖାଲି କରି ଖାନତଲାସୀ ଜାରି

 ତେବେ ଆଜି ପ୍ରଥମ ଥର ନୁହେଁ। ପୂର୍ବରୁ ଜାନୁଆରି ୮ ତାରିଖରେ ବି ଆସିଥିଲା ୩ କୋର୍ଟକୁ ବୋମା ଧମକ। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍ ମାଧ୍ୟମରେ ଆସିଥିଲା ଧମକ। ଏହି ଧମକ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। କଟକ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା କୋର୍ଟକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଥିଲା।  ସେତେବେଳେ ବି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲା କୋର୍ଟ ସମେତ ଓଡ଼ିଶା ହାଇକୋର୍ଟକୁ ମଧ୍ୟ ତୁରନ୍ତ ଖାଲି କରାଯାଇଥିଲା। 

  • ଜାନୁଆରି ୮ରେ ତିନି କୋର୍ଟକୁ ଉଡ଼ାଇ ଦେବାକୁ ଆସିଥିଲା ଧମକ 
  • କଟକ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା କୋର୍ଟ ପାଇଁ ଆସିଥିଲା ଧମକ 
  • ତିନି କୋର୍ଟ ପରିସରରେ ବୋମା ଥିବା ନେଇ ଆସିଥିଲା ମେଲ୍‌
  • ଅଘଟଣକୁ ଏଡ଼ାଇବା ପାଇଁ ତୁରନ୍ତ ଆକ୍ସନ୍‌ ମୋଡ୍‌କୁ ଆସିଥିଲେ ସରକାର
  • ସେତେବେଳେ ତତ୍ପର ହୋଇଥିଲା ଗୃହ ବିଭାଗ
  • କଟକର ଜିଲ୍ଲା କୋର୍ଟ ସମେତ ହାଇକୋର୍ଟକୁ କରାଯାଇଥିଲା ଖାଲି