କନକ ବ୍ୟୁରୋ: ଇଡେନ୍ ଗାର୍ଡେନରେ କୋଲକାତା ବନାମ ଚେନ୍ନାଇ ଆଇପିଏଲ୍ ମ୍ୟାଚ୍ ବେଳେ ବୋମା ବିସ୍ଫୋରଣ ଖବରକୁ ନେଇ ଚାଞ୍ଚଲ୍ୟ । ମ୍ୟାଚ୍ ବେଳେ ବୋମା ବିସ୍ଫୋରଣ ନେଇ ଇ-ମେଲ୍ ମିଳିବା ପରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଖୋଳତାଡ଼ ଆରମ୍ଭ ହୋଇଛି । ବେଙ୍ଗଲ କ୍ରିକେଟ ଆସୋସିଏସନକୁ ଇ-ମେଲ୍ ଯୋଗେ ବୋମା ବିସ୍ଫୋରଣ ଖବର ମିଳିବା ପରେ ହଇଚଇ ଖେଳିଯାଇଥିଲା । ମେଲ୍୍ ପଠାଇଥିବା ଅଜ୍ଞାତ ବ୍ୟକ୍ତିଙ୍କ ଠାବ ପାଇଁ ପୁଲିସ ଛାନଭିନ୍ କରୁଛି । ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି, ଦ୍ୱି-ପହରରେ କୌଣସି ଅଜ୍ଞାତ ବ୍ୟକ୍ତି ମେଲ୍୍ କରି ମ୍ୟାଚ୍ ବେଳେ ବୋମା ବିସ୍ଫୋରଣର ଧମକ ଦେଇଥିଲେ । ମେଲ୍୍ ମିଳିବା ପରେ ଇଡେନ୍ ଗାର୍ଡେନର ସୁରକ୍ଷାକୁ ବଢାଇ ଦିଆଯାଇଥିଲା, ହେଲେ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା । ଭାରତୀୟ ସେନାର ଅପରେସନ୍ ସିନ୍ଦୂର ପରେ ଏହି ମ୍ୟାଚ୍ ଖେଳାଯାଇଥିଲା । ଉଭୟ ଚେନ୍ନାଇ ଓ କୋଲକାତା ଟିମର ଖେଳାଳିମାନେ ଭାରତୀୟ ସେନାର ସଫଳତା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ।