ସମ୍ବଲପୁରରେ ବୋମା ଆତଙ୍କ ! ଟ୍ରଲି ବ୍ୟାଗକୁ ନେଇ ହଇଚଇ

ସମ୍ୱଲପୁର ବୋମା ଗୁଜବ । ଅଇଁଠାପାଲି ଛକରେ ଖେଳିଗଲା ହଇଚଇ । ବ୍ୟାଗରେ ବୋମା ଥିବା ଖବର ପାଇ ପହଞ୍ଚିଲା ପୋଲିସ, ଯାଞ୍ଚ କଲେ ବୋମା ସ୍କ୍ୱାଡ୍ । ବ୍ୟାଗରୁ ବାହାରିଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ କପଡା । ଆଶ୍ୱସ୍ତ ହେଲେ ଲୋକ

9bomb

କନକ ବ୍ୟୁରୋ: ସମ୍ବଲପୁରରେ ବୋମା ଗୁଜବ । ଅଇଁଠାପାଲି ଛକସ୍ଥିତ ଏକ ସପିଂ ମଲ୍ ସମ୍ମୁଖରେ ବୋମା ରଖାଯାଇଥିବା ଖବର ପ୍ରଚାରିତ ହୋଇଥିଲା । ଆଉ ସପିଂମଲ ଆଗରେ ଏକ ବ୍ୟାଗରେ ବୋମା ଥିବା ଖବର ପ୍ରଚାର ହେବା ପରେ ହୁଲସ୍ତୁଲ ହୋଇପଡିଥିଲା ସମ୍ବଲପୁର ଅଇଁଠାପାଲି ଛକ ।

 ଖବର ପାଇ ତୁରନ୍ତ ବମ୍ ସ୍କ୍ବାର୍ଡ ପହଞ୍ଚି ଚେକିଂ କରିବା ପରେ ବ୍ୟାଗରୁ ବାହାରିଲା କପଡା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ଯାହାକୁ ନେଇ ଆଶ୍ବସ୍ତି ମିଳିଛି । ସୂଚନା ଅନୁସାରେ ସମ୍ବଲପୁର ଶ୍ରୀଲେଦର୍ସ ସମ୍ମୁଖରେ ଏକ ବ୍ୟାଗ ସନ୍ଦିଗ୍ଧ ଅବସ୍ଥାରେ ପଡି ରହିଥିଲା । ଦୀର୍ଘ ସମୟ ଧରି ବ୍ୟାଗକୁ କେହି ନେଉନଥିଲେ । ବ୍ୟାଗ ମାଲିକ କିଏ ଜଣାନପଡିବାରୁ ଲୋକଙ୍କ ସନ୍ଦେହ ବଢିଥିଲା । ଏହି ସମୟରେ କେହି ଜଣେ ବ୍ୟାଗରେ କିଏ ବୋମା ରଖି ଦେଇଥିବା କହିଥିଲା । ଆଉ ଚାହୁଁଚାହୁଁ ବୋମା ଗୁଜବ ସାରା ସମ୍ୱଲପୁରରେ ପ୍ରଚାରିତ ହୋଇଥିଲା । ଖବର ପାଇଁ ପୋଲିସ ବମସ୍କ୍ୱାର୍ଡ ଧରି ଘଟଣା ସ୍ଥଳରେ ପହଞ୍ଚି ଖୋଲତାଡ କରିବା ପରେ ବ୍ୟାଗରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ କିଛି କପଡା ବାହାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe