କନକ ବ୍ୟୁରୋ : ବ୍ରହ୍ମପୁରରେ ବୋମା ଭର୍ତ୍ତି ବ୍ୟାଗ ଛାଡ଼ି ପଳାଇଲେ ଦୁର୍ବୃତ୍ତ । ବ୍ରହ୍ମପୁରରେ ଜାତୀୟ ରାଜପଥ ନିକଟ ନିର୍ମାଣଧୀନ କୋଠାରୁ ୭ଟି ବୋମା ଭର୍ତ୍ତି ହୋଇଥିବା ବ୍ୟାଗ ମିଳିଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚି ସବୁ ବୋମକୁ ନିଷ୍କ୍ରିୟ କରିଛନ୍ତି ସ୍ୱତନ୍ତ୍ର ଟିମ । ପୁଲିସ ପାଟ୍ରୋଲିଂ ଦେଖି ବୋମା ଭର୍ତ୍ତି ବ୍ୟାଗ ଛାଡ଼ି ଫେରାର ହୋଇଗଲେ ୫ ଦୁର୍ବୃତ୍ତ ।
ସେପଟେ କଟକ ସଦର ଥାନା ଶୁଭଦ୍ରାପୁରରେ ବୋମାମାଡ଼ । ବୋମାମାଡ଼ର କାରଣ ଅସ୍ପଷ୍ଟ । ଦୁର୍ଵୁତ୍ତ ବୋମାମାଡ଼ କରି ଫେରାର ହୋଇଯାଇଥିବା ସୂଚନା । ଏକ ବାଉଁଶ ବ୍ୟବସ୍ୟାୟୀଙ୍କ ଘର ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବାବେଳେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/11/weCSQoOLAVnvldq6tx0r.jpg)