କନକ ବ୍ୟୁରୋ: ଖୋଲିବ ରତ୍ନଭଣ୍ଡାର, ଶ୍ରୀମନ୍ଦିରରେ ପହଞ୍ଚିଲେ ବୋମା ନିଷ୍କ୍ରିୟକାରୀ ଦଳ। ଯାଞ୍ଚ ପାଇଁ ବମ୍ ଡିସ୍ପୋଜାଲ ଟିମ୍ ଫ୍ରୀସକିଂ ମେସିନ ଓ ମେଟାଲ ଡିଟେକ୍ଟର ଆଦି ଯାଞ୍ଚ ପାଇଁ ମନ୍ଦିରକୁ ପ୍ରବେଶ କରିଛନ୍ତି। ସ୍ଥାନାନ୍ତରିତ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଖାଲି ସିନ୍ଦୁକ ଓ ଆଲମିରା। ଏଥିପାଇଁ ଜଉମୁଦ ହୋଇଥିବା ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଖୋଲାଯିବ। ଏଥିପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି ।
ଏସବୁ ଦୃଷ୍ଟିରେ ରଖି ଅପରାହ୍ନ ଗୋଟାଏରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ଶେଷ ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ତେବେ ଭକ୍ତମାନେ ଚାହିଲେ ମହାପ୍ରସାଦ ନେଇପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି।