Bomb Blast Photograph: (Kanak News)
କନକ ବ୍ୟୁରୋ : ଖୋର୍ଦ୍ଧା ଜଟଣୀରେ ଫୁଟିଲା ବୋମା । ପଦନପୁର ଛକରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି । ଜଣେ ନାବାଳକ ଗୁରୁତର ଥିବା ଜଣାପଡ଼ିଛି । ଯାତ୍ରା ଦେଖାକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ କଥା କଟାକଟିକୁ ନେଇ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଗୁରୁତର ନାବାଳକଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ଅଧିକ ପଢନ୍ତୁ : ସମ୍ବଲପୁର ପରେ ବରଗଡ଼ କୋର୍ଟକୁ ବି ବୋମା ଧମକ
ବୋମାମାଡ଼ ପରେ ସ୍ଥାନୀୟ ବାସିନ୍ଦା ପିପିଲି-ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ପରେ ଜଟଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ମାମଲାରେ ୨ ଜଣଙ୍କୁ ଅଟକ ରଖି ଛାନଭିନ୍ ଚଳାଇଛି ପୁଲିସ ।
Follow Us