କନକବ୍ୟୁରୋ : ରାଜଧାନୀ ଦିଲ୍ଲୀ ପ୍ରଶାନ୍ତ ବିହାର ଅଞ୍ଚଳରେ ବିସ୍ଫୋରଣ । ଦ୍ବିତୀୟ ଥର ପାଇଁ ଏହି ଅଞ୍ଚଳରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଏବଂ କେଉଁ ପଦାର୍ଥ ପାଇଁ ଏହି ବିସ୍ଫୋରଣ ଘଟିଲା ତାର ତଦନ୍ତ କରାଯାଉଛି । ସୂଚନା ଅନୁସାରେ ପ୍ରାୟ ୧୨ଟା ସମୟରେ ଏହି ବିସ୍ଫୋରଣ ଘଟିଛି ।

Advertisment

ବିସ୍ଫୋରଣରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଅଗ୍ନିଶମ ବିଭାଗର ୪ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଦୁର୍ଘଟଣାସ୍ଥଳରୁ ଧଳା ରଙ୍ଗର ଗୁଣ୍ଡ ମିଳିଛି । ଏହି ପଦାର୍ଥ କଣ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ଲ୍ୟାବ ଟେଷ୍ଟ ପରେ ଏହି ପଦାର୍ଥକୁ ଚିହ୍ନଟ କରିହେବ । ଏହା ପୂର୍ବରୁ ଅକ୍ଟୋବର ୨୦ରେ ମଧ୍ୟ ଏହି ଅଞ୍ଚଳରେ ବିସ୍ଫୋରଣ ହୋଇଥିଲା ।

ଯାହାର କାରଣ ଆଜି ପର୍ୟ୍ୟନ୍ତ ଜଣାପଡ଼ି ନାହିଁ । ସିଲିଣ୍ଡର ଫାଟିବାରୁ ଏହି ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରୁଛି ପୋଲିସ । ଆଜି ପୁଣି ଥରେ ସମାନ ଧରଣର ବିସ୍ଫୋରଣ ହୋଇଥିବାରୁ ଏହାକୁ ଗୁରୁତ୍ବର ସହ ନେଇଛି ପୋଲିସ । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଆବଶ୍ୟକ ପଡ଼ିଲେ ଏନଏସଜି ଟିମ୍‌ ଘଟଣାର ତଦନ୍ତ କରିବ ବୋଲି ଜଣାପଡ଼ିଛି ।