କନକ ବ୍ୟୁରୋ: ରାଜଧାନୀରେ ବୋମାମାଡ। ପୂର୍ବ ଶତ୍ରୁତାରୁ ବୋମାମାଡ଼ କରାଯାଇଥିବା ସୂଚନା । କ୍ୟାପିଟାଲ ଥାନା କେଦାରପଲ୍ଲୀ କେଦାରପଲ୍ଲୀ ବସ୍ତିର ଦୁଇଟି ସ୍ଥାନରେ ୬ଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । କେଦାରପଲ୍ଲୀ ବସ୍ତିର ଲେନ୍ ନମ୍ବର-୧ ଓ ଶିଶୁଭବନ ନିକଟସ୍ଥ ବରହମପୁର ଗଳି ବସ୍ତିରେ ହୋଇଛି ବୋମାମାଡ । ସୂଚନା ଅନୁସାରେ, ଦୁଇଟି ବାଇକରେ ୪ଜଣ ଦୁର୍ବୃର୍ତ୍ତ ଆସି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ବୋମାମାଡ଼ରେ ଜଣେ ନାବାଳକ ଆହତ ହୋଇଛନ୍ତି । ଆହତ ନାବାଳକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଣେଶ ପୂଜାକୁ ନେଇ ପୂର୍ବରୁ ଲାଗି ରହିଥିବା ଗୋଷ୍ଠୀ ବିବାଦରୁ ଏହି ବୋମାମାଡ଼ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେଣୁ ଦୁର୍ବୃତ୍ତମାନଙ୍କୁ ଖୁବଶୀଘ୍ର ଠାବ କରାଯିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି । ସେପଟେ ଘଟଣା ପରେ କ୍ୟାପିଟାଲ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସିସିଟିଭି ଆଧାରରେ ଦୁର୍ବୃର୍ତ୍ତଙ୍କୁ ଧରିବା ପାଇଁ ଚାରିଆଡ଼େ ମାରାଥନ୍ ରେଡ ଜାରି ରଖିଛି ।