କନକ ବ୍ୟୁରୋ : ସିସିଟିଭି ଦେଖିଲା ବୋମାମାଡ଼ ଲାଇଭ । ଭୁବନେଶ୍ବର ଶାମପୁରରେ ଥିବା ଏକ ସେଲ୍ଫ ଡ୍ରାଇଭ କାର ସୋରୁମ୍ ଉପରକୁ ଅତର୍କିତ ବୋମାମାଡ଼ । ଗୋଟିଏ ସ୍କର୍ପିଓରେ ଆସି ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି । ଏହାର ସିସିଟିଭି ଭିଜୁଆଲ କଏଦ୍ ହୋଇଛି । ଗତ ରାତି ୧୦ଟା ୧୦ ମିନିଟରେ ଘଟିଛି ଏହି ଘଟଣା। ୧୦ରୁ ୧୨ ଜଣ ଯୁବକ ୫ଟି ବୋମା ଫିଙ୍ଗିଥିବା ଅଭିଯୋଗ ଆଣିଛନ୍ତି ସୋ ରୁମ ମାଲିକ । ଏଥିରେ ଏକାଧିକ ଗାଡ଼ି ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୁଲିସ ଛାନଭିନ୍ ଚଳାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us