କନକବ୍ୟୁରୋ : ସାରା ଅଭିନୟ ଜଗତ ଆଜି ସ୍ତବ୍ଧ । ବଲିଉଡରେ ଅତି ଦୁଃଖ ଖବର ସମସ୍ତଙ୍କ ଆଖି ଭିଜାଇଛି। ବଲିଉଡର ଷ୍ଟଣ୍ଟ ହିରୋ ଧର୍ମେନ୍ଦ୍ର ଆଉ ନାହାନ୍ତି । ୮୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଅଫେରା ରାଇଜକୁ ଚାଲିଯାଇଛନ୍ତି । ତାଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ମନରେ ଏବେ ଅନେକ ସ୍ମୃତି ।
ଧର୍ମେନ୍ଦ୍ର ନିଜର ଡେୟାରିଙ୍ଗ ନେଚର ପାଇଁ ସବୁଠୁ ଖାସ୍ । ୧୯୭୯ରେ ଫିଲ୍ମ ’କର୍ତ୍ତବ୍ୟ’ର ସୁଟିଂ ଚାଲିଥିଲା। ଏଥିରେ ଚିତାବାଘ ସହ ଧର୍ମେନ୍ଦ୍ରଙ୍କ ଏକ ଫାଇଟିଙ୍ଗ ସିନ୍ ଥିଲା। ସୁଟିଂ ଦେଖିବାକୁ ଏତେ ଲୋକଙ୍କ ଭିଡ଼ ଜମିଲା ଯେ ଭିଡ଼ ଦେଖି ଚିତା ଅଣାୟତ୍ତ ହୋଇଗଲା । ଆଉ ବାଘ ସହ ଧର୍ମେନ୍ଦ୍ରଙ୍କର ଘମାଘୋଟ ଲଢ଼େଇ ହୋଇଥିଲା । କେବଳ ପରଦାରେ ନୁହେଁ ନିଜ ବ୍ୟକ୍ତିଗତ ଜୀବନରେ ବି ଖୁବ୍ ଡେୟାରିଙ୍ଗ ଥିଲେ ଧର୍ମନ୍ଦ୍ର । କେବେ ବାଘ ସହ ତ କେବେ ସିଂହ ସହ ଲଢ଼ିଥିଲେ । ସବୁଥର ଜିତାପଟ୍ ମାରିଥିଲେ ଧର୍ମେନ୍ଦ୍ର । ସେଥିପାଇଁ ତାଙ୍କୁ ବଲିଉଡର ’He-Man’ ବୋଲି କୁହାଯାଉଥିଲା ।
ଅଧିକ ପଢନ୍ତୁ... ହି-ମ୍ୟାନ୍ଙ୍କ ସଂଘର୍ଷର କାହାଣୀ: ଗ୍ୟାରେଜ୍ରେ ଶୋଉଥିଲେ, ୨୦୦ଟଙ୍କାରେ ମାସେ ଚଳୁଥିଲେ
ବଲିଉଡର ସବୁଠୁ ସମ୍ମାନିତ ଓ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ ଧର୍ମେନ୍ଦ୍ର। ଟିଭିରେ ତାଙ୍କ ମୁଭି ଆସଥିଲେ ପୂରା ପରିବାର ଟିଭି ଆଗରେ ବସିପଡ଼ୁଥିଲା । ୭ ଦଶକରୁ ଅଧିକ ଲମ୍ବା ସମୟର କ୍ୟାରିୟରରେ ୩୦୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ଧର୍ମେନ୍ଦ୍ର । ଏଥିରୁ ’ଶୋଲେ’, ଚୁପକୋ ଚୁପକେ’ ’ସୀତା ଔର ଗୀତା’ , ’ଧରମ ବୀର’ ପରି କିଛି ସୁଚପରହିଟ୍ ମୁଭି ଏବେବି ସମସ୍ତଙ୍କ ମନକୁ ଛୁଏଁ ।ଏବେ ଅନେକଙ୍କ କଣ୍ଠକୁ ଛୁଏଁ ଏସବୁ ସିନେମାର ଚିର ସବୁଜ ସଙ୍ଗୀତ । ସୋଲେରେ ତାଙ୍କର ଡାଏଲଗ୍ ତ ସବୁଠୁ ବେଶ୍ ହିଟ୍ ହୋଇଥିଲା ।
ଜୀବନର ଶେଷ ଯାଏଁ ଅଭିନୟକୁ ଜାରି ରଖିଥିଲେ ଧର୍ମେନ୍ଦ୍ର । ନିକଟରେ ଫିଲ୍ମ ’ରକି ଔର ରାନୀକି ପ୍ରେମ୍ କାହାନୀ’ ପରେ ପରେ ’ତେରୀ ବାତୋଁ ନେ ମୁଝେ ଉଲଝା ଦିୟା’ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା। ଆଉ ତାଙ୍କ ଅଭିନୀତ ଶେଷ ଫିଲ୍ମ ରିଲିଜ୍ ହେବା ଆଗରୁ ହିଁ ଚାଲିଗଲେ ସମସ୍ତଙ୍କ ଫେବରେଟ୍ ହି ମ୍ୟାନ୍ । ଡିମ୍ବେର ୨୫ ତାରିଖରେ ରିଲିଜ୍ ହେବ ସେ ଅଭିନୟ କରିଥିବା ଅଗସ୍ତ୍ୟ ନନ୍ଦାଙ୍କ ଫିଲ୍ମ ’ଇକ୍କିସ୍’ ।
ଆଉ କେଇଟା ଦିନରେ ୯୦ ତମ ଜନ୍ମଦିନ ପାଳିଥାନ୍ତେ । ୧୯୩୫ ଡିସେମ୍ବର ୮ ତାରିଖରେ ବ୍ରିଟିସ୍ ଶାସିତ ଭାରତର ପଞ୍ଜାବ ଲୁୟାନାର ଏକ ପଞ୍ଜାବୀ ଜାଠ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ରକ୍ତରେ ଜାଠର ସାହାସ ତାଙ୍କ ଅଭିନୟରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା ।
ବ୍ୟକ୍ତିଗତ ଜୀବନରେ ବି ଜିନ୍ଦାଦିଲ୍ ଥିଲେ ଧର୍ମେନ୍ଦ୍ର। ହେଲେ କିଛି ଦିନ ହେବ ବାର୍ଦ୍ଧକ୍ୟ ସମସ୍ୟାକୁ ନେଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଦୁନିଆର ଚିରନ୍ତନ ସତ୍ୟ କ୍ରମରେ ଆଜି ସେ ସମସ୍ତଙ୍କୁ ଛାଡ଼ି ଅଫରା ରାଇଜକୁ ଚାଲିଯାଇଛନ୍ତି । ତାଙ୍କ ଅବର୍ତ୍ତମାନରେ ତାଙ୍କ ସଂଘର୍ଷ ଆଉ ସଫଳତାର କାହାଣୀ ପ୍ରତିଟି କଳାପ୍ରେମୀଙ୍କ ମନକୁ ରୋମନ୍ଥନ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/11/24/dharmendra-passes-away-2025-11-24-14-16-00.jpg)