କନକ ବ୍ୟୁରୋ : ବଡ଼ ପରଦାର ସୁପରଷ୍ଟାର । କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ଼ରେ । ତାଙ୍କ ସ୍ମୃତିକୁ ସାଉଁଟି ଧରିଛନ୍ତି ତାଙ୍କର ପ୍ରତିଟି ଦର୍ଶକ । ଆଜି ସେମିତି ଜଣେ ନାୟକଙ୍କ ଜନ୍ମଦିନ ସେ ହେଉଛନ୍ତି ବିଗ ବି, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ।

Advertisment
amitabh
amitabh Photograph: (google)

ଆଜି ୮୩ ତମ ଜନ୍ମଦିନ ପାଳନ କରୁଛନ୍ତି ବିଗ ବି । ଏଥିପାଇଁ ସାରା ଦେଶରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଗ୍ ବି ଜନ୍ମଦିନରେ ଗଣମାଧ୍ୟମଙ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି  । ଏହି ଅବସରରେ ଅନ୍ୟ କଳାକାରଙ୍କୁ ପ୍ରଶଂସା କରିଛନ୍ତି ଅମିତାଭ । ସୋଲେ, ଜଞ୍ଜୀର, ଦିୱାର ମୁଭିରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଥିଲେ ବିଗ୍ ବି । ବଲିଉଡ କୁହେ ଯେଉଁଠୁ ସେ ଠିଆ ହୋଇଯାଆନ୍ତି ସେଇଠୁ ହିଁ ଲାଇନ୍ ଆରମ୍ଭ ହୁଏ । ଦିନେ ତାଙ୍କର ଗମ୍ଭୀର ସ୍ବର କାରଣରୁ ତାଙ୍କୁ ରିଜେକ୍ସନର ସାମ୍ନା କରିବାକୁ ପଡ଼ିଥିଲା ,ଆଜିର ଦିନରେ ସେହି ସ୍ବରର ଡିମାଣ୍ଡ ଅଧିକ । ବିଗ୍ ବିଙ୍କ ଗମ୍ଭୀର ସ୍ବରକୁ ପ୍ରତିଟି ସିନେପ୍ରେମୀ ପସନ୍ଦ କରନ୍ତି । ବୋଲ୍ଡ ଆୱାଜ ସହ ଅଭିନୟର ପାରଦର୍ଶିତାରେ ସେ ଏବେ ବଡ଼ ପରଦାର ମେଗା ଷ୍ଟାର ପାଲଟିଛନ୍ତି ।