ଟାର୍ଗେଟରେ ବଲିଉଡ ଷ୍ଟାର୍ । ୪ ସେଲିବ୍ରିଟିଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ।

Advertisment

ଥାନାର ଦ୍ବାରସ୍ଥ କମେଡି କିଙ୍ଗ୍ କପିଲ ଶର୍ମା । ରାଜପାଲ ଯାଦବ, ସୁଗନ୍ଧା ଶର୍ମା ଓ ରୋମୋ ଡିସୋଜା । ମୁମ୍ବାଇ ପୁଲିସର ତଦନ୍ତ ଆରମ୍ଭ ।

Updated On

ଥାନାର ଦ୍ବାରସ୍ଥ କମେଡି କିଙ୍ଗ୍ କପିଲ ଶର୍ମା । ରାଜପାଲ ଯାଦବ, ସୁଗନ୍ଧା ଶର୍ମା ଓ ରୋମୋ ଡିସୋଜା । ମୁମ୍ବାଇ ପୁଲିସର ତଦନ୍ତ ଆରମ୍ଭ ।

ଅଦ୍ୟତନ ହୋଇଛି
ମୁମ୍ବାଇ ପୁଲିସର ତଦନ୍ତ

ମୁମ୍ବାଇ ପୁଲିସର ତଦନ୍ତ Photograph: (kanaknews)

କନକ ବ୍ୟୁରୋ : ଟାର୍ଗେଟରେ ବଲିଉଡ ଷ୍ଟାର୍। ୪ ସେଲିବ୍ରିଟିଙ୍କୁ ଆସିଲା ଧମକପୂର୍ଣ୍ଣ ଇ-ମେଲ୍। ଥାନାର ଦ୍ବାରସ୍ଥ କମେଡି କିଙ୍ଗ୍ କପିଲ ଶର୍ମା, ରାଜପାଲ ଯାଦବ, ସୁଗନ୍ଧା ଶର୍ମା ଓ ରୋମୋ ଡିସୋଜା, ମୁମ୍ବାଇ ପୁଲିସର ତଦନ୍ତ ଆରମ୍ଭ । ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମରଣାନ୍ତକ ଆକ୍ରମଣ ପରେ ଏବେ ବଲିଉଡ଼ କଳାକାରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏହାରି ଭିତରେ କମେଡି କିଙ୍ଗ୍ କପିଲ ଶର୍ମାଙ୍କ ସମେତ ଅନ୍ୟ ୩ କଳାକାରଙ୍କୁ ହତ୍ୟା କରିବାକୁ ନେଇ ଆସିଛି ଧମକପୂର୍ଣ୍ଣ ଇ-ମେଲ। ଏମାନେ ହେଉଛନ୍ତି ହାସ୍ୟ ଅଭିନେତା ରାଜପାଲ ଯାଦବ, ସୁଗନ୍ଧା ଶର୍ମା ଓ କୋରିଓଗ୍ରାଫର-ଡିରେକ୍ଟର ରେମୋ ଡିସୁଜା। ୪ କଳାକାର ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି, ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୁଲିସ୍। ପ୍ରାଥମିକ ତଦନ୍ତରୁ ଏହି ଧମକପୂର୍ଣ୍ଣ ମେଲର ମୂଳ ଠିକଣା ପାକିସ୍ତାନ ବୋଲି ସୂଚନା ମିଳିଛି। ଏବେ ଆସନ୍ତୁ ନଜର ପକାଇବା ମେଲରରେ କଣ ଆସିଛି ଧମକ। 

ସେଲିବ୍ରିଟିଙ୍କୁ ଧମକପୂର୍ଣ୍ଣ ମେଲ୍  
‘ଆମେ ତୁମର ସାମ୍ପ୍ରତିକ କାର୍ଯ୍ୟକଳାପ ଉପରେ ନଜର ରଖିଛୁ’
‘ଏହା କୌଣସି ପବ୍ଲିସିଟି ଷ୍ଟଣ୍ଟ କିମ୍ବା ତୁମକୁ ହଇରାଣ କରିବାର ପ୍ରୟାସ ନୁହେଁ’
‘ଏହି ବାର୍ତ୍ତାକୁ ଗୁରୁତର ସହ ନନେଲେ ଭୋଗିବାକୁ ପଡ଼ିବ ଗମ୍ଭୀର ପରିଣାମ’
‘ଯାହା ତୁମର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ’
 

ପୂର୍ବରୁ ବଲିଉଡ଼ ଭାଇଜାନ ସଲମାନଙ୍କ ଘର ଉପରେ ଆକ୍ରମଣ ଉଦ୍ୟମ, ଶାହରୁଖ ଖାନଙ୍କ ଘର ସମ୍ମୁଖରେ ଦୁର୍ବୃତ୍ତ ମାନେ ରେକି କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ବି ଟାଉନର କଳାକାରଙ୍କ ମଧ୍ୟ ଏବେ ଏକପ୍ରକାର କୋକୁଆ ଭୟ ଦେଖିବାକୁ ମିଳିଛି।   ବଲିଉଡ଼ କଳାକାରଙ୍କୁ ଆକ୍ରମଣ ଉଦ୍ୟମ, ଧମକପୂର୍ଣ୍ଣ ମେଲ ପଠାଇବା ପଛରେ କିଏ କାମ କରୁଛି ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  

 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe