କନକ ବ୍ୟୁରୋ : ବଲିଉଡ୍ ଷ୍ଟାର୍ ଶାହରୁଖ ଖାନ୍ ଏବଂ ଦୀପିକା ପାଦୁକୋନଙ୍କ ବିରୋଧରେ ଏତଲା । ରାଜସ୍ଥାନ ଭରତପୁରରେ ଜଣେ ମହିଳା କୀର୍ତ୍ତି ସିଂହ ଶାହରୁଖ୍ ଓ ଦୀପିକାଙ୍କ ବିରୋଧରେ ଏତଲା ଦେଇଛନ୍ତି । କୀର୍ତ୍ତି ଏକ ହ୍ୟୁଣ୍ଡାଇ କାର୍ କିଣିଥିଲେ । ଏଥିରେ ଆରମ୍ଭରୁ ଯାନ୍ତ୍ରିକ ତ୍ରୁଟି ଥିଲା ଓ ବାରମ୍ବାର ଅଭିଯୋଗ ସତ୍ତ୍ୱେ ହ୍ୟୁଣ୍ଡାଇ କମ୍ପାନି ଶୁଣି ନଥିଲା ବୋଲି କୀର୍ତ୍ତି ଅଭିଯୋଗ କରିଛନ୍ତି। ଶାହରୁଖ ଓ ଦୀପିକା ଏହି କାର୍ ପାଇଁ ବିଜ୍ଞାପନରେ ପ୍ରଚାର କରିଥିଲେ । ଆଇନ ଅନୁୟାୟୀ ଏ କ୍ଷେତ୍ରରେ କମ୍ପାନି ସମେତ ଏହାର ପ୍ରଚାର କରିଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। କୀର୍ତ୍ତି ପ୍ରଥମେ ଭରତପୁର ସିଜେଏମ୍ କୋର୍ଟ -୨ରେ ମାମଲା ରୁଜୁ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ମଥୁରା ଗେଟ୍ ଥାନାରେ ଏତଲା ଦିଆଯାଇଛି । ଶାହରୁଖ ଖାନ୍, ଦୀପିକା ପାଦୁକୋନଙ୍କ ସମେତ ହ୍ୟୁଣ୍ଡାଇ ମୋଟର୍ସର ଡିଲର ଓ ଅଫିସରଙ୍କ ସମେତ ୬ ଜଣଙ୍କ ବିରୋଧରେ ଏତଲା ଦିଆଯାଇଛି ।
ବିଜ୍ଞାପନ କରି ଫସିଗଲେ ବଲିଉଡ କଳାକାର, ଦୀପିକା ପାଦୁକୋନ ଓ ଶାହାରୁଖ ଖାନଙ୍କ ନାମରେ ଏତଲା
ରାଜସ୍ଥାନ ଭରତପୁରରେ ଜଣେ ମହିଳା କୀର୍ତ୍ତି ସିଂହ ଶାହରୁଖ୍ ଓ ଦୀପିକାଙ୍କ ବିରୋଧରେ ଏତଲା ଦେଇଛନ୍ତି । କୀର୍ତ୍ତି ଏକ ହ୍ୟୁଣ୍ଡାଇ କାର୍ କିଣିଥିଲେ । ଏଥିରେ ଆରମ୍ଭରୁ ଯାନ୍ତ୍ରିକ ତ୍ରୁଟି ଥିଲା ଓ ବାରମ୍ବାର ଅଭିଯୋଗ ସତ୍ତ୍ୱେ ହ୍ୟୁଣ୍ଡାଇ କମ୍ପାନି ଶୁଣି ନଥିଲା ବୋଲି କୀର୍ତ୍ତି ଅଭିଯୋଗ କରିଛନ୍ତି।
/kanak/media/media_files/2025/08/27/36-2025-08-27-21-16-52.jpg)