କନକ ବ୍ୟୁରୋ: ସଲମାନଙ୍କ ପିଛା ଛାଡୁନି ବିଷ୍ଣୋଇ ଗ୍ୟାଙ୍ଗ । ପୁଣି ଭାଇଜାନଙ୍କୁ ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ୧୦ ଦିନ ମଧ୍ୟରେ ସଲମାନଙ୍କୁ ଏହା ତୃତୀୟ ଧମକ । ତେବେ ଧମକ ଦେଇଥିବା ଯୁବକଙ୍କୁ ଗିରଫ କରିଛି ପୁଲିସ୍ । ସଲମାନଙ୍କୁ ଧମକ ଦେଇ ୩୫ ବର୍ଷୀୟ ଯୁବକ ଜଣଙ୍କ କହିଥିଲେ ୫ କୋଟି ଟଙ୍କା ଦିଅ କିମ୍ବା ବିଷ୍ଣୋଇ ସମୁଦାୟର ମନ୍ଦିରକୁ ଯାଇ କଳା ହରିଣ ଶିକାର କରିଥିବା ଯୋଗୁଁ ଭୁଲ ମାଗ ।
ଏହି ଧମକ ଦେଇଥିବା ୩୫ ବର୍ଷୀୟ ବିକ୍ରମଙ୍କୁ ଗିରଫ କରିଛି ପୁଲିସ୍ । ବିକ୍ରମ ଧମକ ମ୍ୟାସେଜ ଦେଇଥିଲା ବୋଲି ପୁଲିସ୍ କହିଛି । ଏହି ମ୍ୟାସେଜ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଆସିଥିଲା । ଆଉ ପଠାଇଥିବା ବ୍ୟକ୍ତି ଜଣକ ଲରେନ୍ସ ବିଷ୍ଣୋଇର ଭାଇ ବୋଲି କହିଛି ପୋଲିସ ।
ସୂଚନାମୁତାବ, ବାବା ସିଦ୍ଧିକିଙ୍କ ହତ୍ୟା ପରେ ସଲମାନଙ୍କୁ ଲଗାତାର ଧମକ ମିଳି ଚାଲିଛି । ୧୦ ଦିନ ମଧ୍ୟରେ ଏହା ତୃତୀୟ ଧମକ ଥିଲା । ବର୍ତ୍ତମାନ ସଲମାନଙ୍କ ସୁରକ୍ଷାକୁ ଆହୁରି ବଢାଇ ଦିଆଯାଇଛି । ଏବେ ସେରା ସମେତ ୫୦ ରୁ ଅଧିକ ଗାର୍ଡ ତାଙ୍କ ସୁରକ୍ଷାରେ ଅଛନ୍ତି ।