କନକ ବ୍ୟୁରୋ:                 ଭଗବାନଙ୍କ ପରେ ମୁଁ ଅମିତାଭଙ୍କ ଉପରେ ଭରସା କରେ
                                 ଦରକାର ପଡ଼ିଲେ ତାଙ୍କ ପାଇଁ ଜୀବନ ଦେବି 
ଏକଥା କହିଛନ୍ତି ବଲିଉଡର ଜଣାଶୁଣା ମେକଅପ୍ ଆର୍ଟିଷ୍ଟ ଦୀପକ ସାୱନ୍ତ । ଅମିତାଭଙ୍କ କାମ କରିବାର ଢଙ୍ଗ, ତାଙ୍କ ଅନୁଶାସନ ଓ କାମ ପ୍ରତି ଅନୁଶାସନ ବାବଦରେ କହିବା ସହ ତାଙ୍କ ପ୍ରତି ନିଜର ଆନୁଗତ୍ୟକୁ ପ୍ରକାଶ କରିଛନ୍ତି ଦୀପକ ।

Advertisment

ନାୟକ ନୁହଁନ୍ତି ମହାନାୟକ ଅମିତାଭ୍ ବଚ୍ଚନଙ୍କୁ ଛୁଇଁଲା ୮୩ ବର୍ଷ । ବୟସର ଅପରାହ୍ନରେ ବି ସେ ଭାରୀ ସକ୍ରିୟ । ଟିଭିରୁ ନେଇ ଫିଲ୍ମ ସବୁଠି  ଏବେବି ଚଳଚଞ୍ଚଳ । ଗତ ୫୬ ବର୍ଷ ଧରି ଇଣ୍ଡଷ୍ଟ୍ରି ସହ ସେ ଜଡ଼ିତ । ଏବେ ତ ସେ ବଲିଉଡର ଜୀବନ । ଆଜି ବି  କାମକୁ ନେଇ ତାଙ୍କର ଡେଡିକେସନ୍ ବା ସମର୍ପଣ କମ୍ ହୋଇନି । ଏକ ସାକ୍ଷାତକାରରେ ତାଙ୍କର କର୍ତ୍ତବ୍ୟନିଷ୍ଠାକୁ ବଖାଣିଛନ୍ତି । 

ଅମିତାଭଙ୍କ ସହ ୫୩ ବର୍ଷ ହେଲାଣି କାମ କରିଆସୁଛନ୍ତି ମେକଅପ୍ ଆର୍ଟିଷ୍ଟ ଦୀପକ ସାୱନ୍ତ । ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛନ୍ତି ଅମିତାଭ । ତାଙ୍କ ପ୍ରଶଂସା କରିବାକୁ ଯାଇ ଦୀପକ କହିଛନ୍ତି , ’ଆଜି ବି ଅମିତାଭ ଖୁବ୍ ନିଷ୍ଠାର ସହ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । କାମରେ ଟିକେ ବି ଏପଟସେପଟ କରନ୍ତିନି । ସମୟରେ ଯେତିକି ସଠିକ୍ କାମରେ ବି ସେତିକି ପରଫେକ୍ଟ । ଫିଲ୍ମ ’ରାସ୍ତେ ପେ ପତ୍ଥର’ରୁ ତାଙ୍କ ସହ ମୋର ସମ୍ପର୍କ । ଅମିତାଭଙ୍କ ସହ କାମ କରିବା ମୋ ପାଇଁ ବଡ଼ ସୌଭାଗ୍ୟ । ଭଗବାନଙ୍କ ପରେ ମୁଁ  ବିଗ୍ ବିଙ୍କ ଉପରେ ଭରସା କରେ । ଯଦି କେବେ ଅମିତାଭଙ୍କ ପାଇଁ ଲଢ଼ିବାକୁ ପଡ଼େ ଲଢ଼ିବି । ତାଙ୍କ ପାଇଁ ଜୀବନ ଦେଇଦେବି । ତାଙ୍କ  work ethics ମୋତେ ସବୁବେଳେ ପ୍ରଭାବିତ କରେ । ପ୍ରଡ୍ୟୁସର ଯେପରି କ୍ଷତିରେ ନପଡ଼ନ୍ତି ସେଥିପାଇଁ ଅମିତାଭ୍ ସବୁବେଳେ ସଜାଗ ଥାନ୍ତି । ଅମିତାଭ୍ ସମୟ ପୂର୍ବରୁ ସୁଟିଂ ସେଟରେ ପହଞ୍ଚନ୍ତି । ସେ କେବେ ଫିକ୍ସଡ୍ ସିଫ୍ଟ ପାଇଁ କହିନାହାନ୍ତି । ଦରକାର ପଡ଼ିଲେ ଲଗାତାର ୧୬ ଘଣ୍ଟା କାମ କରିବାର ମୁଁ ଦେଖିଛି । ଯେପର୍ଯ୍ୟନ୍ତି ମେକର୍ସ ପ୍ୟାକଅପ୍ ନକରିଛନ୍ତି ସେପର୍ଯ୍ୟନ୍ତ ସେ ସେଟ୍ ଛାଡ଼ି ଯାଆନ୍ତିନାହିଁ । ତାଙ୍କର ଏଭଳି ରୁଟିନ୍ କ୍ୟାରିୟର ଆରମ୍ଭରୁ । କାମକୁ ନେଇ ସେ ପୁରା ପକ୍କା । ରିହର୍ସାଲରେ ସେ ବିଶ୍ବାt କରନ୍ତି ସୁ ଟିଂ ଆଗରୁ ସେ ସ୍କ୍ରିପ୍ଟ ୫୦ରୁ ଅଧିକ ଥର ପଢ଼ନ୍ତି । ଆଜି ବି ସେ ଅଭ୍ୟାସ ଅଛି । ସଟ୍ ଦେବା ଆଗରୁ ବାରମ୍ବାର ରିହର୍ସାଲ କରନ୍ତି । ସେ ସବୁବେଳେ ଏକୁଟିଆ ପ୍ରାକ୍ଟିସ୍ କରନ୍ତି  ।

ଅମିତାଭଙ୍କ ଭଳି ଷ୍ଟାର ମୁଁ ଆଜିଯାଏଁ ଦେଖିନି। ବଲିଉଡରେ ତାଙ୍କ ଭଳି ସମୟାନୁବର୍ତ୍ତୀ ଆକ୍ଟର  ଦେଖିନି । ଅବଶ୍ୟ ଅକ୍ଷୟ କୁମାର ବି ତାଙ୍କ ପରି ସମୟକୁ ଜଗିଥାନ୍ତି’ ।  ସତରେ ୮୩ ବର୍ଷରେ ବି ପୂରା ଫିଟ୍ ବିଗ୍ ବି । ସେ କ୍ୟାରିୟର ଶୀର୍ଷରେ ଥାଇ ବି ବିଭିନ୍ନ ଚରିତ୍ରକୁ ନେଇ ଏକ୍ସପେରିମେଣ୍ଟ କରୁଛନ୍ତି । ଆଗକୁ ତାଙ୍କୁ ଏକାଧିକ ଆକ୍ସନ ମୁଭିରେ ଦେଖିବାକୁ ମିଳିବ । ତେବେ ଜନ୍ମଦିନରେ ଅମିତାଭଙ୍କୁ ଅନେକ ଅନେକ ଶୁଭେଚ୍ଛା ।