ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି ; ନିଜ ରିଭଲଭରରୁ ଫୁଟିଲା ଗୁଳି

ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅଭିନେତାଙ୍କୁ ସିଆରଟିଆଇ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି

govinda

କନକ ବ୍ୟୁରୋ: ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିବାରୁ  ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଆଜି ଭୋର ସାଢ଼େ ୪ଟାରେ ଗୋବିନ୍ଦା ତାଙ୍କ ଜୁହୁ ସ୍ଥିତ ବାସଭବନରୁ ବିମାନବନ୍ଦରକୁ ଯାଉଥିଲେ । ଏହି ସମୟରେ ତାଙ୍କ ବନ୍ଧୁକରୁ ମିସ୍ ଫାୟାର ହୋଇଯାଇଥିଲା । 

ପୁଲିସ ସୂଚନା ଅନୁଯାୟୀ, ଗୋବିନ୍ଦା ବିପଦମୁକ୍ତ ଅଛନ୍ତି । ଅଭିନେତାଙ୍କୁ ସିଆରଟିଆଇ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ସେ ଏବେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ସୂଚନା ରହିଛି ।  ଏହି ଘଟଣା ଘଟିବା ସମୟରେ ଗୋବିନ୍ଦା ଘରେ ଏକାଥିଲେ । ସେ ବାହାରକୁ ଯାଇ ନିଜ ଲାଇସେନ୍ସପ୍ରାପ୍ତ ରିଭଲଭର ସଫା କରିବାକୁ ପ୍ରସ୍ତୁତ ହେଉଥିଲେ । ଏହାପରେ ହଠାତ୍ ଭୁଲବଶତଃ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe