କନକ ବ୍ୟୁରୋ: ଦିଲଜିତ୍ ଦୋସାଞ୍ଜଙ୍କ ଫିଲ୍ମ ’ସରଦାର ଜୀ-୩’ରେ ପାକିସ୍ତାନୀ ଆକ୍ଟର ହାନିଆ ଆମୀରଙ୍କ ସମ୍ପୃକ୍ତିକୁ ବିରୋଧ ହେଉଛି । ଭାରତରେ ଫିଲ୍ମର ଟ୍ରେଲରକୁ ମଧ୍ୟ ୟୁଟ୍ୟୁବରୁ ହଟାଇ ଦିଆଯାଇଛି। ସିଙ୍ଗର ମିକା ସିଂହ ଓ ଦିଲଜିତଙ୍କ ଭାରତୀୟ ପ୍ରଶଂସକ ମଧ୍ୟ ଏହି ଫିଲ୍ମୁକୁ ବିରୋଧ କରିଛନ୍ତି । ଅନ୍ୟପଟେ ଦିଲଜିତଙ୍କ ସମର୍ଥନରେ ବାହାରିଛନ୍ତି ପଞ୍ଜାବୀ ସିଙ୍ଗର ଜସବୀର ଜସ୍ସୀ । ଜସ୍ସୀ କହିଛନ୍ତି, ସେ ଲୋକଙ୍କ ଭାବନାକୁ ସମ୍ମାନ କରୁଛନ୍ତି । କିନ୍ତୁ ’ଡବଲ ଷ୍ଟାଣ୍ଡାର୍ଡ’ ଅର୍ଥାତ ଦୋମୁହାଁ ମାନସିକତା କିନ୍ତୁ ଠିକ୍ ନୁହେଁ ବୋଲି କହିଛନ୍ତି ।
ଦିଲଜିତ୍ ଦୋସାଞ୍ଜ ବିବାଦକୁ ନେଇ କହିଛନ୍ତି ଯେ ତାଙ୍କ ପାଖରେ ଫିଲ୍ମର ପ୍ରଚାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ କାରଣ ନିର୍ମାତାଙ୍କ ଟଙ୍କା ବାଜିରେ ଲାଗିଛି ଏବଂ ପରିସ୍ଥିତି ଏପରି ନଥିବା ସମୟରେ ଫିଲ୍ମର ସୁଟିଂ କରାଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଯାହା ଘଟିଥିଲା ତାହା ଆମ ନିୟନ୍ତ୍ରଣରେ ନାହିଁ। ଯେତେବେଳେ ପହଲଗାମ୍ ଆକ୍ରମଣ ଘଟିଥିଲା, ନିର୍ମାତାମାନେ ଅନୁଭବ କରିଥିଲେ ଯେ ସେମାନେ ଭାରତରେ ଫିଲ୍ମ ରିଲିଜ୍ କରିପାରିବେ ନାହିଁ। ସେମାନେ ଫିଲ୍ମକୁ ବିଦେଶରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଥିଲେ କାରଣ ଏଥିରେ ବହୁତ ଟଙ୍କା ବିନିଯୋଗ ହୋଇଛି |