କନକ ବ୍ୟୁରୋ : ଅଭିନୟ ଦୁନିଆରୁ ଅନେକ କଳାକାର ମୁହଁ ଫେରାଇ ସନ୍ୟାସ ନେଇଥିବା କଥା ଆପଣ ଜାଣନ୍ତି । ଅନେକ ମଧ୍ୟ ଅଭିନୟ ଦୁନିଆରୁ ଫେରିଯାଇ ଅନ୍ୟ ବ୍ୟବସାୟରେ ମନୋନିବେଶ କରିଛନ୍ତି । ହେଲେ କେବେ ଶୁଣିଛନ୍ତି କି, ଅଭିନୟ ଦୁନିଆରୁ ଯାଇ କେହି କିନ୍ନର ଆଖଡାରେ ଯୋଗ ଦେଇଛନ୍ତି । ଆଜି ଆମେ ସେହି ବଲିଉଡ ଅଭିନେତ୍ରୀଙ୍କ କଥା କହୁଛୁ, ଯେ କି, ଅଭିନୟ ଦୁନିଆ ଛାଡି ଏବେ କିନ୍ନର ଆଖଡାର ମହାମଣ୍ଡଳେଶ୍ୱର ହେବାକୁ ଯାଉଛନ୍ତି । ସେ ଆଉ କେହି ନୁହଁନ୍ତି ବରଂ ୯୦ ଦଶକରେ ବଲିଓଡର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣି । ସେ କେବଳ କିନ୍ନର ଆଖଡାରେ ଯୋଗ ଦେଇନାହାଁନ୍ତି ବରଂ କିନ୍ନର ଆଖଡାର ମହାମଣ୍ଡଳେଶ୍ୱର ହେବାକୁ ଯାଉଛନ୍ତି । ଏହି କ୍ରମରେ ସେ ଆଜି ସନ୍ଧ୍ୟାରେ ସଂଗମ ଯାଇ ପିଣ୍ଡଦାନ କରିବେ । ଏହାପରେ କିନ୍ନର ଆଖଡା ତରଫରୁ ତାଙ୍କର ପଟ୍ଟାଭିଷେକ କରାଯିବ । ମମତା କିନ୍ନର ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଲକ୍ଷ୍ମୀନାରାୟଣ ତ୍ରିିପାଠୀଙ୍କୁ ମଧ୍ୟ ଭେଟିଛନ୍ତି । 

Advertisment

ଅଭିନେତ୍ରୀ ମମତା କୁଲକର୍ଣ୍ଣି ୨୫ ବର୍ଷ ପରେ ଭାରତ ଫେରିଛନ୍ତି । ଅନୁମାନ କରାଯାଉଛି ସେ ବିଗ୍ ବସରେ ଭାଗନେବାକୁ ନଚେତ ବଲିଉଡରେ କାମ କରିବାକୁ ଭାରତ ଆସିଛନ୍ତି । ଏଭଳି ଅନୁମାନ ଭିତରେ ମମତା କହିଛନ୍ତି କି, ସେ କେବଳ ମହାକୁମ୍ଭରେ ଯୋଗ ଦେବାକୁ ଭାରତ ଆସିଛନ୍ତି ।