କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ହୁ୍ମା କ୍ୟୁରେସିଙ୍କ ସମ୍ପର୍କୀୟ ଭାଇଙ୍କୁ ହତ୍ୟା । ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ପାର୍କିଂ ବିବାଦକୁ ନେଇ ହୁମାଙ୍କ ଭାଇ ଆସିଫ କ୍ୟୁରେଶିଙ୍କୁ ହତ୍ୟା କରାଯାଇଛି । ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ମିଳିଥିବା ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ଗେଟ୍ ସାମ୍ନାରେ ସ୍କୁଟି ସାଇଡ କରିବାକୁ ନେଇ ଆସିଫଙ୍କର ପଡୋଶୀଙ୍କର ଝଗଡା ହୋଇଥିଲା । ଉତ୍ତ୍ୟକ୍ତ ହୋଇ ୨ ଅଭିଯୁକ୍ତ ଆସିଫଙ୍କ ଉପରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆସିଫଙ୍କର ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ପାର୍କିଂକୁ ନେଇ ପଡ଼ୋଶୀଙ୍କ ସହ ପୂର୍ବରୁ ବିବାଦ ଥିଲା । ଆଜି ଆସିଫ ଘରକୁ ଫେରିବା ପରେ ଘର ସାମ୍ନାରେ ସ୍କୁଟି ଥିବାର ଦେଖିଥିଲେ । ଏନେଇ ପଡୋଶୀଙ୍କୁ ପଚାରିବାରୁ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ ୨ ଯୁବକ । ସୁଚିନ୍ତିତ ଭାବେ ଆସିଫଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ । 

Advertisment

ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଏହି ଘଟଣା ଘଟିଥିଲା, ଆସିଫ୍ କୁରେସି ଦୁଇଜଣ ଲୋକଙ୍କୁ ତାଙ୍କ ଘରର ମୁଖ୍ୟ ପ୍ରବେଶ ଦ୍ୱାର ପାଖରୁ ଦୂରରେ ସେମାନଙ୍କ ସ୍କୁଟର ରଖିବାକୁ କହିଥିଲେ । ପାଟିତୁଣ୍ଡ ହେବା ପରେ, ସେମାନେ ସେହି ସମୟରେ ଘଟଣାସ୍ଥଳରୁ ଚାଲିଯାଇଥିଲେ କିନ୍ତୁ ପୁଣି ଆସିବାକୁ ଧମକ ଦେଇ ଯାଇ ଥିଲେ।

ଆସିଫ୍ କୁରେସିଙ୍କ ପତ୍ନୀ ଶାହିନ୍ ଆସିଫ୍ କହିଛନ୍ତି, "ମୋ ସ୍ୱାମୀ ଆସିଫ୍ ତାଙ୍କୁ ଗାଡ଼ି ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ । ହେଲେ ବ୍ୟକ୍ତି ଜଣଙ୍କ ଆସିଫ୍‌ଙ୍କୁ ଗାଳି ଦେଇଥିଲେ ଏବଂ ଫେରି ଆସିବାକୁ ଧମକ ଦେଇଥିଲେ । କିଛି ମିନିଟ୍ ମଧ୍ୟରେ ସେହି ବ୍ୟକ୍ତି ଜଣକ ତାଙ୍କ ଭାଇ ସହିତ ଏଠାକୁ ଆସିଥିଲେ । କଥାବାର୍ତ୍ତା ହେଉହେଉ ଆସିଫଙ୍କୁ ଏକ ଧାରୁଆ ଅସ୍ତ୍ରରେ । ମୁଁ ମୋ ଭାଇ ଜାଭେଦଙ୍କୁ ଡାକିଲି କିନ୍ତୁ ସେ ପହଞ୍ଚିବା ବେଳକୁ ଆସିଫଙ୍କ ମୃତ୍ୟୁ ହୋଇ ସାରିଥିଲା ।"