କନକ ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଆଗରେ ଫୁଟିଲା ଗୁଳି । ଦିଶାଙ୍କ ଉତ୍ତର ପ୍ରଦେଶ ବରେଲି ସ୍ଥିତ ବାସଭବନ ଆଗରେ ଫାୟାରିଂ ସହ ସୋସିଆଲ ମିଡିଆରେ ଧମକ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତ ଏକାଧିକ ଫାଙ୍କା ଗୁଳିଚାଳନା କରିଥିବା ବେଳେ, ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗ୍ ଏଭଳି କାଣ୍ଡ ଭିଆଇଥିବା ନିଜ ଆଡ଼ୁ ଦାବି କରିଛି । ଦିଶା ସାଧୁସନ୍ଥଙ୍କ ଅପମାନ କରିଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଓ ଏଥିରେ ଜଡ଼ିତ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସୋସିଆଲ ମିଡିଆ ପୋଷ୍ଟରେ ଧମକ ଦିଆଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି ।
ବଲିଉଡ ଅଭିନେତ୍ରୀ ଦିଶା ପଟନୀଙ୍କ ଘରକୁ ଗୁଳିମାଡ଼, ବରେଲୀସ୍ଥିତ ବାସଭବନ ଆଗରେ ଫାୟାରିଂ ସହ ସୋସିଆଲ ମିଡ଼ିଆରେ ଧମକ
ଦିଶାଙ୍କ ଉତ୍ତର ପ୍ରଦେଶ ବରେଲି ସ୍ଥିତ ବାସଭବନ ଆଗରେ ଫାୟାରିଂ ସହ ସୋସିଆଲ ମିଡିଆରେ ଧମକ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତ ଏକାଧିକ ଫାଙ୍କା ଗୁଳିଚାଳନା କରିଥିବା ବେଳେ, ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗ୍ ଏଭଳି କାଣ୍ଡ ଭିଆଇଥିବା ନିଜ ଆଡ଼ୁ ଦାବି କରିଛି ।
/kanak/media/media_files/2025/09/13/7-2025-09-13-12-17-09.jpg)