ବଲିଉଡ୍ ବିବାଦ Photograph: (କନକ ନ୍ୟୁଜ୍)
କନକ ବ୍ୟୁରୋ: ବିବାଦରେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଓ ସନ୍ନି ଦେଓଲ । ଅଭିନେତା ସନ୍ନି ଦେଓଲ ଏବଂ ରଣଦୀପ ହୁଡାଙ୍କ ନାଆଁରେ ଥାନାରେ ମାମଲା ରୁଜୁ ହୋଇଛି । ସନ୍ନି ଦେଓଲ ଏବଂ ରଣଦୀପ ହୁଡାଙ୍କ ଫିଲ୍ମ ‘ଜାଟ୍’ରେ ବିବାଦୀୟ କଥାବସ୍ତୁ ରହିଥିବା ଅଭିଯୋଗ ନେଇ ଉଭୟଙ୍କ ବିରୋଧରେ ଅଭିଯୋଗ ଦାଏର କରାଯାଇଛି । ପଞ୍ଜାବରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଦ୍ୱାରା ଉଭୟଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ଜଲନ୍ଧରରେ ଏକ ମାମଲା ପଞ୍ଜିକୃତ ହୋଇଥିବା ଜଣାପଡିଛି । ଏହି ଚଳଚ୍ଚିତ୍ରରେ ଅଭିନେତା ରଣଦୀପ ହୁଡା ଯୀଶୁ ଖ୍ରୀଷ୍ଟ ଏବଂ ଖ୍ରୀଷ୍ଟିଆନ ଧର୍ମରେ ବ୍ୟବହୃତ ପବିତ୍ର ଜିନିଷକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି ।
ବିବାଦରେ ରଣଦୀପ ହୁଡ୍ଡା ଓ ସନ୍ନି ଦେଓଲ
ଉଭୟଙ୍କ ବିରୋଧରେ ରୁଜୁ ହେଲା ମାମଲା
ପଞ୍ଜାବର ଜଲନ୍ଦରରେ ପୁଲିସ ମାମଲା ରୁଜୁ
ଫିଲ୍ମ ‘ଜାଟ୍’କୁ ନେଇ ତେଜିଲା ବିବାଦ
ଫିଲ୍ମରେ ବିବାଦୀୟ କଥାବସ୍ତୁ ରହିଥିବା ଅଭିଯୋଗ
ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଦ୍ବାରା ଫିଲ୍ମକୁ ତୀବ୍ର ବିରୋଧ
ଫିଲ୍ମରେ ଖ୍ରୀଷ୍ଟ ଧର୍ମ ଓ ଯୀଶୁଙ୍କୁ ଅପମାନ କରାଯାଇଥିବା ଅଭିଯୋଗ
Follow Us