କନକବ୍ୟୁରୋ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ କରିବା ଘଟଣା । ସେହି ମାମଲାରେ ଅଭିଯୁକ୍ତ ଶରିଫୁଲ ଇସଲାମ ଶହଜାଦଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ  । ବର୍ତ୍ତମାନ ଶରିଫୁଲ ମୁମ୍ବାଇ ସେକ୍ସନ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ସୂଚନା ଅନୁଯାୟୀ ବର୍ତ୍ତମାନ ଶରିଫୁଲ କୋର୍ଟରେ ଜାମିନ ଆବେଦନ  କରିଛନ୍ତି ସେହି ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ସେ କୌଣସି ଅପରାଧ କରିନାହାଁନ୍ତି ଏବଂ ତାଙ୍କ ବିରୋଧରେ ରୁଜୁ କରାଯାଇଥିବା ମାମଲା ଏକ ମନଗଢ଼ା ଓ ଷଡଯନ୍ତ୍ର ମଧ୍ୟ ।

Advertisment

 ଏହି ମାମଲାଟି ବର୍ତ୍ତମାନ ବାନ୍ଦ୍ରା ମାଜିଷ୍ଟ୍ରେଟ୍ କୋର୍ଟରେ ଶୁଣାଣି ହେଉଛି  । ସେକ୍ସନ କୋର୍ଟର କ୍ଷେତ୍ରାଧିକାର ଅଧୀନରେ ରହିଛି । ଏହି ମାମଲାରେ ପୋଲିସ  ଚାର୍ଜସିଟ୍ ଦାଖଲ କରିବାପରେ ମାମଲା ସେକ୍ସନ କୋର୍ଟକୁ ସ୍ଥାନାନ୍ତର ହୋଇଯିବ ।  ଉଲ୍ଲେଖଯୋଗ୍ୟ, ଜାନୁଆରି ୧୬ ତାରିଖରେ ଅଭିଯୁକ୍ତ ଶରିଫୁଲ ଇସଲାମ ଡକାୟତି ଉଦ୍ଦେଶ୍ୟରେ ମୁମ୍ବାଇର ସୈଫଙ୍କ ଫ୍ଲାଟରେ ପ୍ରବେଶ କରିଥିଲେ ।  ଏହି ସମୟରେ ସେ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ  ଉପରେ ଅନେକ ଥର ଛୁରୀରେ ଆକ୍ରମଣ କରିଥିଲେ ।  ଅଭିଯୁକ୍ତଙ୍କ ଆକ୍ରମଣରେ ଅଭିନେତା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆକ୍ରମଣକାରୀ ଶରିଫୁଲଙ୍କୁ ଥାନେ ଜିଲ୍ଲାରୁ ଗିରଫ କରାଯାଇଥିଲା ।