କନକ ବ୍ୟୁରୋ : ଲଗଜରୀ କାର କଥା ଉଠିଲେ ରୋଲ୍ସ ରୋଏସ୍ କଥା ଆସେ ଆଉଁ ଲଗଜରୀ ଗାଡିର ମାଲିକଙ୍କ କଥା ଆସିଲେ ସିଲିବ୍ରିଟିଙ୍କ କଥା ଉଠିଥାଏ । ହଲିଉଡରେ ତ ଅନେକ ବଡ ବଡ କଳାକାର ଅଛନ୍ତି, ଯେଉଁମାନେ ବୁଗାଟି, ଫରାରୀ ଭଳି ଦାମୀ ଦାମୀ କାର ରଖିଛନ୍ତି କିନ୍ତୁ ଯଦି ଆମେ ବଲିଉଡ୍ କଥା ଆଲୋଚନା କରିବା ତେବେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କର ଦାମୀ କାରର ସୌଉକ୍ ରହିଛି । ସେମାନଙ୍କ ପାଖରେ ଦାମୀ ଦାମୀ କାର୍ ରହିଛି । ଆସନ୍ତୁ ଜାଣିବା ବଲିଉଡର କେଉଁ କଳାକାରଙ୍କ ପାଖରେ ସବୁଠୁ ଦାମୀ କାର୍ ରହିଛି । 

Advertisment

ବଲିଉଡ୍ କଥା ଆସିଲେ ଆପଣଙ୍କ ମନରେ ବର୍ତ୍ତମାନ ଦୁଇଟି ନାଁ ଆସୁଥିବ ନିଶ୍ଚୟ । ସାହାରୁଖ ଖାନ୍ କିମ୍ୱା ସଲମାନ୍ ଖାନ୍ । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଏହି ଦୁଇଜଣଙ୍କ ଭିତରୁ କାହା ପାଖରେ ବି ଏମିତି ଦାମୀ କାର୍ ନାହିଁ ଯାହା ବଲିଉଡ୍ କଳାକାର ଇମ୍ରାନ୍ ହାଶ୍ମୀଙ୍କ ପାଖରେ ରହିଛି । ଆସନ୍ତୁ ଜାଣିବା ଇମ୍ରାନଙ୍କ ପାଖରେ କେଉଁ କେଉଁ କାର୍ ରହିଛି... 

ସବୁଠୁ ମହଙ୍ଗା ଲଗଜରୀ କାରର ମାଲିକ ହେଉଛନ୍ତି ଇମ୍ରାନ୍ ହାଶ୍ମୀ । ତାଙ୍କ ପାଖରେ ଯେଉଁ ଗାଡି ଅଛି ତାର ମୂଲ୍ୟ ଏତେ ଅଧିକ ଯେ, ସେହି ମୂଲ୍ୟରେ ଗୋଟିଏ ଦାମୀ ବଙ୍ଗଳା କିଣାଯାଇପାରିବ । ଇମ୍ରାନ ଗତ ବର୍ଷ ଅର୍ଥାତ୍ ୨୦୨୪ରେ ତାଙ୍କ କର୍ କଲେକ୍ସନରେ ଆଉ ଏକ କାର୍ ସାମିଲ କରିଛନ୍ତି । ସେ ରୋଲ୍ସ ରୋଏସ ଘୋଷ୍ଟ ବ୍ଲାକ୍ ବ୍ୟାଚ୍ କିଣିଛନ୍ତି । ଯାହାର ମୂଲ୍ୟ ୧୨କୋଟି  ୨୫ହଜାର ଟଙ୍କା ରହିଛି । ଇମ୍ରାନ୍ ହାଶ୍ମୀ କିଣିଥିବା ଏହି କାର୍ ଦେଶରେ ବିକ୍ରି ହେଉଥିବା ସବୁଠୁ ଦାମୀ କାର ମଧ୍ୟରୁ ଅନ୍ୟତମ । ଇମ୍ରାନଙ୍କ ପାଖରେ କେବଳ ଏହି ଗୋଟିଏ ଗାଡି ନୁହେଁ ତାଙ୍କ ପାଖରେ ମରସିଡିଜ୍ ମେବ୍ୟାକ୍ ଏସ୍-୫୬୦ । ୩.୭୯କୋଟିର ଲାମ୍ୱରଗିନି ଏବଂ ଲ୍ୟାଣ୍ଡ ରୋବର ଭଳି ଦାମୀ କର୍ ରହିଛି । ତେବେ ସାହାରୁଖ ଖାନଙ୍କ ପାଖରେ ଥିବା ରୋଲ୍ସ ରୋଏସ କାରର ମୂଲ୍ୟ ୧୦ କୋଟି ଟଙ୍କା ରହିଛି । ଯାହା ଇମ୍ରାନଙ୍କ ରୋଲ୍ସ ରୋଏସ୍ ଠାରୁ ୨କୋଟି ଟଙ୍କା କମ୍ ରହିଛି ।