ଦୁର୍ଗା ପୂଜାରେ ଭାଇଚାରାର ନିଦର୍ଶନ: ବୋଲଗଡ଼ ମାଣିକଗୋଡ଼ା ସାର୍ବଜନୀନ ଦୁର୍ଗାପୂଜାରେ କର୍ତ୍ତା ସାଜନ୍ତି ମୁସଲିମ ସଂପ୍ରଦାୟର ଦଳବେହେରା

Advertisment

ଦଶହରା ପାଇଁ ସଜ୍ଜିତ ହୋଇଛି ବିଭିନ୍ନ ସ୍ଥାନର ପୂଜା ମଣ୍ଡପ। ଖୁବ ଧୁମଧାମରେ ପାଳନ ହେଉଛି ମାଆଙ୍କ ପୂଜା । କିନ୍ତୁ ତା ଭିତରେ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡାର ନିଆରା ପରମ୍ପରା । ଯେଉଁଠି ହିନ୍ଦୁ ପର୍ବର ପୁରୋଧା ସାଜନ୍ତି ମୁସଲମାନ ସଂପ୍ରଦାୟର ଦଳବେହେରା।

ଦଶହରା ପାଇଁ ସଜ୍ଜିତ ହୋଇଛି ବିଭିନ୍ନ ସ୍ଥାନର ପୂଜା ମଣ୍ଡପ। ଖୁବ ଧୁମଧାମରେ ପାଳନ ହେଉଛି ମାଆଙ୍କ ପୂଜା । କିନ୍ତୁ ତା ଭିତରେ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡାର ନିଆରା ପରମ୍ପରା । ଯେଉଁଠି ହିନ୍ଦୁ ପର୍ବର ପୁରୋଧା ସାଜନ୍ତି ମୁସଲମାନ ସଂପ୍ରଦାୟର ଦଳବେହେରା।

wdw

କନକ ବ୍ୟୁରୋ: ପୀଠରେ ଆରମ୍ଭ ହୋଇଯାଇଛି ମାଆଙ୍କ ଷୋଡଶ ପୂଜା। ଦଶହରା ପାଇଁ ସଜ୍ଜିତ ହୋଇଛି ବିଭିନ୍ନ ସ୍ଥାନର ପୂଜା ମଣ୍ଡପ। ଖୁବ ଧୁମଧାମରେ ପାଳନ ହେଉଛି ମାଆଙ୍କ ପୂଜା । କିନ୍ତୁ ତା ଭିତରେ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡାର ନିଆରା ପରମ୍ପରା । ଯେଉଁଠି ହିନ୍ଦୁ ପର୍ବର ପୁରୋଧା ସାଜନ୍ତି ମୁସଲମାନ ସଂପ୍ରଦାୟର ଦଳବେହେରା।

ଅନ୍ୟ ସ୍ଥାନର ଦଶହରାଠାରୁ ଟିକେ ନିଆରା ବୋଲଗଡ ମାଣିକାଗୋଡା ଗାଁର ସାର୍ବଜନୀନ ଦଶହରା। ଏଠାକାର ପୂଜା ଭାଇଚାରାର ବାର୍ତ୍ତା ଦିଏ। ଅପରାଜିତା ହୋମରେ କର୍ତ୍ତା ସାଜନ୍ତି ମୁସଲମାନ ସଂପ୍ରଦାୟର ଦଳବେହେରା। ଦେବୀ ଦଶଭୂଜାଙ୍କ ମୃଣ୍ମୟୀ ମୃର୍ତ୍ତି ବଦଳରେ ପୂଜା ପାଇଥାନ୍ତି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦେବାଦେବୀଙ୍କ ପ୍ରତିମା। ଷଷ୍ଠୀ ଦିନ କଟରା ଓ କରଣଙ୍କ ଘରୁ ତାଳପତ୍ର ଓ ଲେଖନୀ ଏବଂ ମୁସଲମାନ ଦଳବେହେରାଙ୍କ ଘରୁ ଖଡଗ ଶୋଭାଯାତ୍ରାରେ ମା’ ଭଗବତୀଙ୍କ ପୀଠକୁ ଯାଇଥାଏ। ବିଜୟା ଦଶମୀ ରାତିରେ ଅସ୍ତ୍ରଶସ୍ତ୍ର ସହ ଗ୍ରାମର ଦେବାଦେବୀ ଭଗବତୀଙ୍କ ପୀଠରୁ ଶୋଭାଯାତ୍ରାରେ ବାହାରି ସୋମନାଥ ଦେବଙ୍କ ପୀଠରେ ପହଞ୍ଚନ୍ତି। ସେଠାରେ ଅପରାଜିତା ହୋମ ହୋଇଥାଏ। ଆଉ ସେଇ ହୋମରେ ଘୃତାହୂତ ଦେଇଥାନ୍ତି ମୁସଲମାନ ଦଳବେହେରା।

କିମ୍ବଦନ୍ତୀ କହେ, ମାଣିକାଗୋଡା ରାଜ୍ୟର ରାଜା ଥିଲେ ପୁରୀ ଗଜପତିଙ୍କ ଜଣେ ଭାଇ। ସେ ରାଜ୍ୟ ପରିତ୍ୟାଗ କରି ରାଜ୍ୟ ଭାର ମୁସଲମାନ ସଂପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ। ସେବେଠୁ ଏହି ପରମ୍ପରା ଚାଲିଆସିଛି। ମୁସଲମାନ ଦଳବେହେରା ବଂଶାନୁକ୍ରମିକ ଭାବେ ଏହି ଦାୟିତ୍ୱରେ ତୁଲାଇ ଆସୁଛନ୍ତି।

ଗୋଟିଏ ପଟେ ଜାତି ଧର୍ମକୁ ନେଇ ଅରାଜକତା ଓ ଅଶାନ୍ତି ସୃଷ୍ଟି ହେଉଥିବା ବେଳେ, ମାଣିକାଗୋଡାର ସାର୍ବଜନୀନ ଦଶହରା ସମସ୍ତଙ୍କୁ ଭାଇଚାରାର ବାର୍ତ୍ତା ଦେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe