କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ବାଇପାସ ନିକଟରେ ଗୁରୁବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡକ  ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଭାରସାମ୍ୟ ହରାଇ ଜାତୀୟ ରାଜପଥର ଡିଭାଇଡ଼ରରେ ପିଟିହୋଇଛି । ଏହି ଦୁର୍ଘଟଣାରେ ୪ ଗୁରୁତର ହୋଇଛନ୍ତି ।

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ବାଇପାସ ନିକଟରେ ଗୁରୁବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡକ  ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଭାରସାମ୍ୟ ହରାଇ ଜାତୀୟ ରାଜପଥର ଡିଭାଇଡ଼ରରେ ପିଟିହୋଇଛି । ଏହି ଦୁର୍ଘଟଣାରେ ୪ ଗୁରୁତର ହୋଇଛନ୍ତି ।  ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ,  ପଶ୍ଚିମବଙ୍ଗ ଏଗ୍ରା ଥାନା ଅନ୍ତର୍ଗତ ଏହି କାରିଗରମାନେ ମା’ ଦୁର୍ଗାଙ୍କ ପୂଜା ପେଣ୍ଡାଲ ପାଇଁ ୨ ମାସ ଧରି ଭୁବନେଶ୍ୱର ବରୁମୁଣ୍ଡାରେ କାମ କରୁଥିଲେ । ପୂଜା ମଣ୍ଡପ କାମ ସାରିବା ପରେ କାଲି ଏକ ବୋଲେରୋ ଯୋଗେ ଘରକୁ ବାହାରି ଥିଲେ । ରାଜଘାଟ ବାଇପାସ ନିକଟରେ ପଛ ପଟୁ ଏକ ଡମ୍ପର ଧକ୍କା ଦେବାରୁ ବୋଲେରୋ ରୋଡ ଡିଭାଇଡ଼ରରେ ବାଡେଇ  ଚାପି ହୋଇଯାଇଥିଲା ।  ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଦଳ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଚିକିତ୍ସା ଲାଗି ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି ।