ତାମିଲନାଡୁରେ ଓଡିଆ ଯୁବକଙ୍କ ଦୟନୀୟ ଦୁର୍ଘଟଣା ; ବାଇକ୍ ସହ ଜଳିଗଲେ

ତାମିଲନାଡୁରେ ବାଇକ୍ ସହ ଜଳିଯାଇ ଜୀବନ ସହ ସଂଘର୍ଷ କରୁଛନ୍ତି ବଲାଙ୍ଗୀରର ଯୁବକ । ସୁଲୁର ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏପଟେ ଚିନ୍ତାରେ ପରିବାର । କାମ କରିବାକୁ ଯାଇଥିଲେ ପାଟଣାଗଡ ବ୍ଲକ ପୁଟିସବହାଲ ଗାଁର ବିକାଶ ବରିହା ।

Odia youth

Odia youth Photograph: (KanakNews)

କନକ ବ୍ୟୁରୋ:  ପେଟପାଟଣା ପାଇଁ ତାମିଲନାଡୁର କୋଏମ୍ବାଟୁର ସୁଲୁରକୁ ଯାଇଥିଲେ। ହେଲେ ବାଇକ୍ ସହ ଜଳିଯାଇ ଜୀବନ ସହ ସଂଘର୍ଷ କରୁଛନ୍ତି ବଲାଙ୍ଗୀରର ଯୁବକ । ଏବେ ସୁଲୁର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବ୍ଲକ ପୁଟିସବହାଲ ଗାଁର ବିକାଶ ବରିହା ସୁଲୁରରେ ଥିବା ଏକ ହର୍ଲିକ୍ସ କମ୍ପାନୀରେ କାମ କରିବାକୁ ଯାଇଥିଲେ । ଶନିବାର ଦିନ ପ୍ରାୟ ୩ଟାରେ ୨୫ ବର୍ଷୀୟ ବିକାଶ ବାଇକ୍ ଯୋଗେ  ବୁଲାବୁଲି କରୁଥିବା ସମୟରେ ଏକ ଟ୍ରକ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକରେ ନିଆଁଲାଗି ଯାଇଥିଲା । 

ବିକାଶଙ୍କ ଶରୀର ନିଆଁ ଲାଗି ୯୦ ପ୍ରତିଶତ ପୋଡିଯାଇଛି । ତାଙ୍କୁ ତୁରନ୍ତ ସୂଲୁର ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ନିଆ ଯାଇଥିଲା । ଏବେ ସେ ଜୀବନ ସହ ସଂଘର୍ଷ କରୁଛନ୍ତି । ଏପଟେ ପରିବାର ଲୋକ ଏମିତି ଖବର ପାଇ ଭାଙ୍ଗି ପଡିଛନ୍ତି । ଚିନ୍ତାରେ ବାପା ଭଜମନ ବରିହା ଓ ପରିବାର ଲୋକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe