କନକ ବ୍ୟୁରୋ: ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ । ବଲାଙ୍ଗୀର ବିଷ୍ଣୁମୁଣ୍ଡାରେ ଘଟିଛି ଏହି ଅଘଟଣ । ମୃତ ଯୁବକ ଜଣକ ହେଲେ ବିଷ୍ଣୁମୁଣ୍ଡାର ମନୋଜ ନାୟକ । ବିଷ୍ଣୁମୁଣ୍ଡାରେ ଘର ସାମ୍ନା କିରନା ଦୋକାନ ଆଗରେ ଛିଡା ହୋଇଥିଲେ ମନୋଜ ନାୟକ । ଏହି ସମୟରେ ଜଣେ ନିଶାଶକ୍ତ ଯୁବକ ମନୋଜଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଭୁଜାଲିରେ ମନୋଜଙ୍କୁ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ମନୋଜଙ୍କୁ ଉପସ୍ଥିତ ଲୋକ ହସ୍ପିଟାଲ ଆଣିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ହତ୍ୟାକାଣ୍ଡ ପଛର କାରଣ ଜଣାପଡିନାହିଁ । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ହତ୍ୟାକାଣ୍ଡ ଭିଆଇଥିବା ଦୁର୍ବୃତ୍ତକୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/13/EMBicn7F3qu5KfxHd4Ir.jpg)