କନକ ବ୍ୟୁରୋ: ପୁଣି ମୁଣ୍ଡ ଟେକିଛି ବହୁ ଚର୍ଚ୍ଚିତ ବୋଫର୍ସ ସ୍କାଣ୍ଡାଲ । ଆମେରିକାଠୁ ସବିଶେଷ ତଥ୍ୟ ମାଗିଲା ଭାରତ । ସୂଚନା ଅନୁସାରେ, ୬୪କୋଟି ଟଙ୍କାର ଦୁର୍ନୀତି ବାବଦରେ କିଛି ଜରୁରୀ ତଥ୍ୟ ଆମେରିକାଠୁ ମାଗି ଯାଞ୍ଚ ପ୍ରକିୟାକୁ ତ୍ବରାନିତ୍ବ କରିଛି ଭାରତ । ତତକାଳୀନ କଂଗ୍ରେସ ସରକାର ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ରାଜୀବ ଗାନ୍ଧୀଙ୍କ ସମୟରେ ସ୍ବିଡେନଠୁ କିଣାଯାଇଥିଲା ଆଟିଲରୀ ଗନ ଓ କିଛି ପ୍ରତିରକ୍ଷା ସାମଗ୍ରୀ । ତେବେ ଏହି ସମୟରେ ୬୪କୋଟିରୁ ଅଧିକ ଟଙ୍କାର ଅଧିକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ସିବିଆଇ ଏକ ସ୍ବତନ୍ତ୍ର ପତ୍ର ଲେଖି ଆମେରିକାର ତଦନ୍ତକାରୀ ସଂସ୍ଥା ଫେୟାରଫେକ୍ସଠାରୁ କିଛି ଜରୁରୀ ତଥ୍ୟ ମାଗିଛନ୍ତି ।
ଆମେରିକାକୁ ତଥ୍ୟ ମାଗିଲା ଭାରତ ; ପୁଣି ମୁଣ୍ଡ ଟେକିଲା ବହୁ ଚର୍ଚ୍ଚିତ ବୋଫର୍ସ ସ୍କାଣ୍ଡାଲ
ପୁଣି ମୁଣ୍ଡ ଟେକିଲା ବହୁ ଚର୍ଚ୍ଚିତ ବୋଫର୍ସ ସ୍କାଣ୍ଡାଲ । ଆମେରିକାଠୁ ସବିଶେଷ ତଥ୍ୟ ମାଗିଲା ଭାରତ । ତତକାଳୀନ କଂଗ୍ରେସ ସରକାର ସମୟରୁ ରହିଛି ୬୪କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ।
/kanak/media/media_files/2025/03/05/f3YafpUfEjLkJFnKREVh.jpg)