କନକ ବ୍ୟୁରୋ : ଗଞ୍ଜାମରେ ଆଉ ଏକ ମର୍ଡର । ବୀଭତ୍ସ ହତ୍ୟା ପରେ ନଦୀକୁ ଫିଙ୍ଗିଦେଲେ । ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ଘଟଣା ମନରୁ ନଲିଭୁଣୁ ଚିକିଟ ବ୍ଲକ ନୂଆପଡା ନଦୀପଠାରୁ ପୁଣି ଏକ ହତ୍ୟା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାହୁଦା ନଦୀରୁ ମିଳିଛି କ୍ଷତବିକ୍ଷତ ମୃତଦେହ । ମୃତକ ନୂଆପଡା ଗାଁର ନାରାୟଣ ପ୍ରଧାନ । ନାରାୟଣଙ୍କୁ ଭୋରରୁ କେହି ଦୁର୍ବୃତ୍ତ ଡାକି ନେଇ ହତ୍ୟା କରି ନଦୀକୁ ଫୋଫାଡ଼ି ଦେଇଛି ବୋଲି ପୋଲିସ ସ୍ପଷ୍ଟ କରିଛି । ନାରାୟଣଙ୍କ ଡାହାଣ ହାତକୁ ଶରୀରରୁ ଅଲଗା କରି କେଉଁଆଡେ ଫୋଫାଡ଼ି ଦେଇଛି ହତ୍ୟାକାରୀ । ପୁଲିସ ଘଟଣା ସ୍ଥଳରେ ପହଂଚି ହତ୍ୟାର ବିଭିନ ଦିଗକୁ ନଜର ଦେଇ ଅଧିକ ତଦନ୍ତ କରୁଛି । ଗୋଟିଏ ସପ୍ତାହରେ ଦୁଇଟି ଦୁଇଟି ମର୍ଡର ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us