କନକ ବ୍ୟୁରୋ : ଗଞ୍ଜାମରେ ଆଉ ଏକ ମର୍ଡର । ବୀଭତ୍ସ ହତ୍ୟା ପରେ ନଦୀକୁ ଫିଙ୍ଗିଦେଲେ । ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ଘଟଣା ମନରୁ ନଲିଭୁଣୁ ଚିକିଟ ବ୍ଲକ ନୂଆପଡା ନଦୀପଠାରୁ ପୁଣି ଏକ ହତ୍ୟା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାହୁଦା ନଦୀରୁ ମିଳିଛି କ୍ଷତବିକ୍ଷତ ମୃତଦେହ । ମୃତକ ନୂଆପଡା ଗାଁର ନାରାୟଣ ପ୍ରଧାନ । ନାରାୟଣଙ୍କୁ ଭୋରରୁ କେହି ଦୁର୍ବୃତ୍ତ ଡାକି ନେଇ ହତ୍ୟା କରି ନଦୀକୁ ଫୋଫାଡ଼ି ଦେଇଛି ବୋଲି ପୋଲିସ ସ୍ପଷ୍ଟ କରିଛି । ନାରାୟଣଙ୍କ ଡାହାଣ ହାତକୁ ଶରୀରରୁ ଅଲଗା କରି କେଉଁଆଡେ ଫୋଫାଡ଼ି ଦେଇଛି ହତ୍ୟାକାରୀ । ପୁଲିସ ଘଟଣା ସ୍ଥଳରେ ପହଂଚି ହତ୍ୟାର ବିଭିନ ଦିଗକୁ ନଜର ଦେଇ ଅଧିକ ତଦନ୍ତ କରୁଛି । ଗୋଟିଏ ସପ୍ତାହରେ ଦୁଇଟି ଦୁଇଟି ମର୍ଡର ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗଞ୍ଜାମ ଦିଗପହଣ୍ଡି ବାହୁଦା ନଦୀ ପଠାରୁ ମୃତଦେହ ଉଦ୍ଧାର, ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ କଲା କେ, ନୂଆଗାଁ ପୁଲିସ
ବାହୁଦା ନଦୀରୁ ମିଳିଛି କ୍ଷତବିକ୍ଷତ ମୃତଦେହ । ମୃତକ ନୂଆପଡା ଗାଁର ନାରାୟଣ ପ୍ରଧାନ । ନାରାୟଣଙ୍କୁ ଭୋରରୁ କେହି ଦୁର୍ବୃତ୍ତ ଡାକି ନେଇ ହତ୍ୟା କରି ନଦୀକୁ ଫୋଫାଡ଼ି ଦେଇଛି ବୋଲି ପୋଲିସ ସ୍ପଷ୍ଟ କରିଛି । ନାରାୟଣଙ୍କ ଡାହାଣ ହାତକୁ ଶରୀରରୁ ଅଲଗା କରି କେଉଁଆଡେ ଫୋଫାଡ଼ି ଦେଇଛି ହତ୍ୟାକାରୀ ।
/kanak/media/media_files/2025/10/12/18-2025-10-12-17-48-59.jpg)