କନକ ବ୍ୟୁରୋ: ବିବାହ କରିବାକୁ ଗୋଆ ଆସିଥିଲେ କିନ୍ତୁ ଯୁବତୀଙ୍କ ମିଳିଲା ମୃତଦେହ । ଏହି ଖବର ଆସିଛି ଗୋଆରୁ । ବାହାଘର ପାଇଁ ଗୋଆକୁ ବାଛିଥିଲେ ବେଙ୍ଗାଲୁରୁ ଏକ ପ୍ରେମୀଯୋଡି । ସବୁ କିଛି ଠିକ ଥିଲା । ପରିବାର ସହମତି ସହ ଗୋଆରେ ବିବାହର ୩ଦିନ ଆଗକୁ ଆସିଥିଲେ ଓ ବାହାଘରକୁ ଗୋଟିଏ ଦିନ ବାକି ଥିବାବେଳେ ଘଞ୍ଚ ଜଙ୍ଗଲରୁ ମୃତଦେହ ମିଳିଥିଲା । ତେବେ ୨୪ ଘଣ୍ଟା ଭିତରେ ଘଟଣା ପର୍ଦ୍ଦାଫାସ କରିଛି ଗୋଆ ପୁଲିସ । ଯୁବତୀଙ୍କୁ ଆଉ କେହି ନୁହେଁ ପ୍ରେମିକ ହିଁ ହତ୍ୟା କରିଥିବା ପୁଲିସ କହିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ଉତ୍ୟକ୍ତ ହୋଇ ସଞ୍ଜୟ ପ୍ରେମିକା ରୋଶନୀଙ୍କୁ ତଣ୍ଟି କାଟି ହତ୍ୟା କରିବା ସହ ଘଞ୍ଚ ଜଙ୍ଗଲରେ ଫିଙ୍ଗି ବେଙ୍ଗାଲୁରୁ ଫେରିଯାଇଥିଲା । ତେବେ ରୋଶନୀଙ୍କ ପରିବାର ଲୋକଙ୍କୁ ସନ୍ଦେହ ହେବା ପରେ କର୍ଣ୍ଣାଟକ ପୁଲିସ ଆଗରେ ଲିଖିତ ଅଭିଯୋଗ କରିଥିଲେ । ଗୋଆ ପୁଲିସକୁ କର୍ଣ୍ଣାଟକ ପୁଲିସ ଯୋଗାଯୋଗ କରିବା ସହ ମିଳିତ ଟିମର ଅପରେସନରେ ସତ୍ୟତା ସାମ୍ନାକୁ ଆସିଛି ।
ବିବାହର ଗୋଟିଏ ଦିନ ପୂର୍ବରୁ ଗୋଆର ଘଞ୍ଚ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ: ୨୪ଘଣ୍ଟାରେ ପ୍ରେମିକକୁ ଧରିଲା ପୁଲିସ
ପରିବାର ସହମତି ସହ ଗୋଆରେ ବିବାହର ୩ଦିନ ଆଗକୁ ଆସିଥିଲେ ଓ ବାହାଘରକୁ ଗୋଟିଏ ଦିନ ବାକି ଥିବାବେଳେ ଘଞ୍ଚ ଜଙ୍ଗଲରୁ ମୃତଦେହ ମିଳିଥିଲା । ତେବେ ୨୪ ଘଣ୍ଟା ଭିତରେ ଘଟଣା ପର୍ଦ୍ଦାଫାସ କରିଛି ଗୋଆ ପୁଲିସ ।
/kanak/media/media_files/2025/06/18/crime goa-900b6833.png)