ପୋଖରୀରୁ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର

Advertisment

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ବଡ଼ବନ୍ଧରେ ଏକ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବା ଗ୍ରାମର କିଛି ମହିଳା ଦେଖିଥିଲେ ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ବଡ଼ବନ୍ଧରେ ଏକ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବା ଗ୍ରାମର କିଛି ମହିଳା ଦେଖିଥିଲେ ।

POND

Photograph: (KANAKNEWS)

କନକବ୍ୟୁରୋ :  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ବଡ଼ବନ୍ଧରେ ଏକ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବା ଗ୍ରାମର କିଛି ମହିଳା ଦେଖିଥିଲେ । ଖବର ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । କୁମାରୀ ମାତୃତ୍ଵ ପରେ ଲୋକଲଜ୍ଜା ଭୟରେ ଜନ୍ମିତ ଶିଶୁକନ୍ୟାଙ୍କୁ ମାରି ପୋଖରୀରେ ଫୋପାଡି ଦିଆଯାଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ଅଧିକ ପଢନ୍ତୁ.. ଅଭିନେତା ହେବ ତ ଏମିତି : ଭାବିଲେ ସମାଜର କଥା , ୪୦ କୋଟିକୁ ମାରିଲେ ଗୋଇଠା

ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ଗ୍ରାମର କୌଣସି ମହିଳା ସୋମବାର ସନ୍ଧ୍ୟାରେ ମୃତଦେହ ଆଣି ପୋଖରୀରେ ଫୋପାଡ଼ି ଦେଇଥିବା ଗ୍ରାମର କିଛି ବ୍ୟକ୍ତି ଜଣାଇଛନ୍ତି । ସରକାରୀ ଓ ବେସରକାରୀ ସ୍ତରରେ ଲିଙ୍ଗ ନିରୂପଣ ଓ ଭ୍ରୁଣହତ୍ୟା ବିରୋଧରେ ବ୍ୟାପକ ଜନସଚେତନତା କରାଯାଉଥିବା ବେଳେ ଏବେ ବି ଶିଶୁକନ୍ୟା ଅଲୋଡ଼ା ପାଲଟିଛି  । ଘଟଣା ସମ୍ପର୍କରେ କୌଣସି ସୂଚନା ମିଳିନଥିବା ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀ ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe