କନକବ୍ୟୁରୋ :  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ବଡ଼ବନ୍ଧରେ ଏକ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବା ଗ୍ରାମର କିଛି ମହିଳା ଦେଖିଥିଲେ । ଖବର ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । କୁମାରୀ ମାତୃତ୍ଵ ପରେ ଲୋକଲଜ୍ଜା ଭୟରେ ଜନ୍ମିତ ଶିଶୁକନ୍ୟାଙ୍କୁ ମାରି ପୋଖରୀରେ ଫୋପାଡି ଦିଆଯାଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

Advertisment

ଅଧିକ ପଢନ୍ତୁ.. ଅଭିନେତା ହେବ ତ ଏମିତି : ଭାବିଲେ ସମାଜର କଥା , ୪୦ କୋଟିକୁ ମାରିଲେ ଗୋଇଠା

ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ଗ୍ରାମର କୌଣସି ମହିଳା ସୋମବାର ସନ୍ଧ୍ୟାରେ ମୃତଦେହ ଆଣି ପୋଖରୀରେ ଫୋପାଡ଼ି ଦେଇଥିବା ଗ୍ରାମର କିଛି ବ୍ୟକ୍ତି ଜଣାଇଛନ୍ତି । ସରକାରୀ ଓ ବେସରକାରୀ ସ୍ତରରେ ଲିଙ୍ଗ ନିରୂପଣ ଓ ଭ୍ରୁଣହତ୍ୟା ବିରୋଧରେ ବ୍ୟାପକ ଜନସଚେତନତା କରାଯାଉଥିବା ବେଳେ ଏବେ ବି ଶିଶୁକନ୍ୟା ଅଲୋଡ଼ା ପାଲଟିଛି  । ଘଟଣା ସମ୍ପର୍କରେ କୌଣସି ସୂଚନା ମିଳିନଥିବା ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀ ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।