ନାଳରେ ଭାସୁଛି ନାବାଳିକାର ମୃତଦେହ : ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭାଲୁଖାଇ ନାଳରେ ଭାସୁଛି ନାବାଳିକାର ମୃତଦେହ । ଗତକାଲିଠାରୁ ନିଖୋଜ ଥିଲେ ନାବାଳିକା । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ ।

drain

drain Photograph: (KanakNews)

କନକ ବ୍ୟୁରୋ : ଅନୁଗୋଳରେ ନାଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ଭାଲୁଖାଇ ନାଳରେ ଭାସୁଛି ନାବାଳିକାର ମୃତଦେହ । ଗତକାଲିଠାରୁ ନିଖୋଜ ଥିଲେ ନାବାଳିକା । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ । ଅନୁଗୋଳ ସଦର ଥାନା ଶ୍ୟାମସୁନ୍ଦରପୁର ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ନ୍ୟାୟ ଦାବିରେ ଟାୟାର ଜାଳି ଅନୁଗୋଳ- ବନ୍ତଳା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe