କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଲୋମଟାଙ୍କୁରା ହତ୍ୟାକାଣ୍ଡର ଛାତିଥରା ଚିତ୍ର । ଜଣେ ପ୍ରେମିକ କିଭଳି ଏତେ ନିଷ୍ଠୁର ହୋଇପାରେ? ନିଜ ପ୍ରେମିକାକୁ କିଭଳି ନୃଶଂସ ଭାବେ ହତ୍ୟା କରିପାରେ? ତାର ଜ୍ବଳନ୍ତ ଉଦାହରଣ ହେଉଛି ମଧ୍ୟପ୍ରଦେଶ ଦେବାସରେ ଘଟିଥିବା ଏହି ହତ୍ୟାକାଣ୍ଡ । ଦେବାସ ଅଞ୍ଚଳରେ ଲିଭ୍ ଇନରେ ରହୁଥିବା ବେଳେ ସାଥୀଙ୍କୁ ହତ୍ୟା କରିଛି ପ୍ରେମିକ । ହତ୍ୟାକାଣ୍ଡ ପରେ ମୃତଦେହକୁ ୮ ମାସ ପର୍ଯ୍ୟନ୍ତ ଫ୍ରିଜରେ ଲୁଚାଇ ରଖିଥିଲା । ପାଖ ରୁମରେ ଲୋକେ ରହୁଥିଲେ ମଧ୍ୟ କେହି ବି ଏହାର ଟେର ପାଇ ନଥିଲେ ।
ତେବେ ମାତ୍ରାଧିକ ବିଦ୍ୟୁତ ବିଲ୍ ଆସିବାରୁ ଘର ଯାଞ୍ଚ ବେଳେ ସାମ୍ନାକୁ ଆସିଥିଲା ଏହି ଘଟଣା । ଶେଷରେ ୮ ମାସ ପରେ ପୁଲିସ ମୃତଦେହକୁ ଜବତ କରିବା ସହ ଏଭଳି ଭୟାନକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପଟିଦାରକୁ ଗିରଫ କରିଛି । ମୃତକଙ୍କ ନାଁ ପିଙ୍କି ପ୍ରଜାପତି ବୋଲି ଜଣାପଡ଼ିଛି । ପିଙ୍କିଙ୍କ ବୟସ ୩୦ ବର୍ଷ ହୋଇଥିବା ଜଣାପଡ଼ିଛି । ସଞ୍ଜୟ ଓ ପିଙ୍କି ୫ ବର୍ଷ ହେବ ଲିଭ୍-ଇନରେ ରହୁଥିଲେ । ଶାଢ଼ି ପିନ୍ଧା ଅବସ୍ଥାରେ ପିଙ୍କିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପିଙ୍କିଙ୍କ ଗଳାରେ ଫାଶି ଲଗା ଯାଇଥିଲା । ଏହାଛଡ଼ା ତାଙ୍କ ନାକ ଓ ବେକକୁ ମିଶାଇ ତାଙ୍କ ଦୁଇ ହାତକୁ ବନ୍ଧା ଯାଇଥିଲା । ପିଙ୍କି ବିବାହ ପାଇଁ ଚାପ ପକାଇବାରୁ ଅଭିଯୁକ୍ତ ସଞ୍ଜୟ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ନିଜ ବନ୍ଧୁଙ୍କ ସହାୟତାରେ ଅଭିଯୁକ୍ତ ପିଙ୍କିଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।
୮ମାସ ଫ୍ରିଜରେ ମୃତଦେହ
ମଧ୍ୟପ୍ରଦେଶରେ ଲୋମଟାଙ୍କୁରା ହତ୍ୟାକାଣ୍ଡ
ପ୍ରେମିକାକୁ ହତ୍ୟା କରି ଫ୍ରିଜରେ ରଖିଥିଲା ଅଭିଯୁକ୍ତ
୮ ମାସ ପରେ ଉଦ୍ଧାର ହେଲା ମୃତଦେହ
ମାତ୍ରାଧିକ ବିଦ୍ୟୁତ ବିଲ୍ ଆସିବାରୁ ସାମ୍ନାକୁ ଆସିଲା ଘଟଣା
ଅଭିଯୁକ୍ତ ସଞ୍ଜୟ ପଟିଦାର ଗିରଫ
ପିଙ୍କି ପ୍ରଜାପତିଙ୍କ ମୃତଦେହ ଜବତ କଲା ପୋଲିସ
ଶାଢ଼ି ପିନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର
ପିଙ୍କିଙ୍କ ଗଳାରେ ଫାଶି ଲଗା ଯାଇଥିଲା
ନାକ ଓ ବେକ ସହ ଦୁଇ ହାତ ବନ୍ଧା ଯାଇଥିଲା
ପିଙ୍କିଙ୍କ ବୟସ ୩୦ ବର୍ଷ ହୋଥିବା ସୂଚନା
ଉଭୟ ୫ ବର୍ଷ ହେବ ଲିଭ୍ଇନରେ ରହୁଥିଲେ
ବିବାହ ପାଇଁ ଚାପ ପକାଇବାରୁ ହତ୍ୟା କଲା ଅଭିଯୁକ୍ତ
ବନ୍ଧୁଙ୍କ ସହାୟତାରେ ହତ୍ୟା କରିଛି ସଞ୍ଜୟ
ଗିରଫ ପରେ ପୋଲିସ ଆଗରେ ସତ ମାନିଲା