କନକ ବ୍ୟୁରୋ: ଥାନାରେ ଉତ୍ପାତ କରୁଥିଲେ ସାବଧାନ । କାରଣ ଏବେ କମିସନରେଟ ପୋଲିସ ଥାନାରେ ଅଧିକାରୀ ପିନ୍ଧିବେ ବଡି କ୍ୟାମେରା । ଅମାନିଆଙ୍କୁ ସାବାଡ ପାଇଁ କମିଶନରେଟ ପୋଲିସର ପକ୍ଷରୁ ଏହି ନୂଆ ଯୋଜନା କରାଯାଇଛି । ଥାନାରେ ଆସି ଉତ୍ପାତ ହେଉଥିବା ଅମାନିଆଙ୍କ ଭିଡିଓ ଓ ଅଡିଓ ରେକର୍ଡ କରିବ ଏହି କ୍ୟାମେରା । କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି ।  ପୂର୍ବରୁ ଅନେକ ସମୟରେ ଥାନାରେ ମାତାଲ୍ ଯୁବତୀ ଓ ଯୁବକ ଆସି ପୋଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାର ଦୃଶ୍ୟ ସାମ୍ନାକୁ ଆସିଛି । 

Advertisment

ଥାନାରେ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ । ତାକୁ ଆଖି ଆଗରେ ରଖି ଏହି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ସବୁ ଥାନାର ରିସେପସନ୍ ଓ ଅନ୍ୟ ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । କ୍ୟାମେରାରେ ଥିବା ସ୍ଵତନ୍ତ୍ର ବଟନ ଚିପିଲେ କ୍ୟାମେରାରେ ରେକର୍ଡ ହେଉଥିବା ସମସ୍ତ ଦୃଶ୍ୟକୁ ଫୋନ୍ ମାଧ୍ୟମରେ ସିପି ଡିସିପି ଓ ଏସିପି ଦେଖି ପାରିବେ । ରେକର୍ଡ ହୋଇଥିବା ଭିଡିଓ ଓ ଅଡିଓ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।