ଇବ୍ ନଦୀରୁ ମିଳିଲା ଦୁଇ ନିଖୋଜ ଯୁବକଙ୍କ ମୃତଦେହ, ଗତ ବୁଧବାର ଦିନ କାହ୍ନାକୁଣ୍ଡରେ ଗାଧୋଇବା ବେଳେ ହୋଇଥିଲେ ନିଖୋଜ

ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ରୋଶନ ପାଶୱାନ ଓ ଜି. ଜୟନାରାୟଣ ପାତ୍ର ।  ଗତ ବୁଧବାର ଦିନ ଇବ ନଦୀ କାହ୍ନାକୁଣ୍ଡ ଠାରେ ଭାସିଯାଇଥିଲେ ଦୁଇ ଯୁବକ। କାହ୍ନାକୁଣ୍ଡ ଦର୍ଶନୀୟ ସ୍ଥଳ ଠାରେ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ।

58

କନକ ବ୍ୟୁରୋ :  ଇବ୍ ନଦୀରେ ବୁଡ଼ି ଦୁଇ ଜଣ ଯୁବକ ନିଖୋଜ ଘଟଣା। ଦୀର୍ଘ ୪୦ ଘଣ୍ଟା ପରେ ଠାବହେଲା ଦୁଇ ଯୁବକଙ୍କ ମୃତଦେହ। ସବଡେଗା ବ୍ଲକ ଯମୁନା ପଞ୍ଚାୟତ ମୟାବାହାଲ ଡଙ୍ଗା ଘାଟ ନିକଟରେ ପାଣି ଭିତରେ ଏକ ପଥରରେ ମୃତଦେହ ଲାଖି ରହିଥିବା ଦେଖିବାକୁ ମିଳିଥିଲା। ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ରୋଶନ ପାଶୱାନ ଓ ଜି. ଜୟନାରାୟଣ ପାତ୍ର ।  ଗତ ବୁଧବାର ଦିନ ଇବ ନଦୀ କାହ୍ନାକୁଣ୍ଡ ଠାରେ ଭାସିଯାଇଥିଲେ ଦୁଇ ଯୁବକ। କାହ୍ନାକୁଣ୍ଡ ଦର୍ଶନୀୟ ସ୍ଥଳ ଠାରେ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ଦୁଇ ଯୁବକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ରୋଶନ ପାଶୱାନ ଏବଂ ଜୟନାରାୟଣ ପାତ୍ର। ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ପରେ ଆଜି ଦୁଇ ଯୁବଙ୍କ ମୃତଦେହ ଉଦ୍ଧାର ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe